ଚାଇନାରେ ବୃଦ୍ଧି ପାଉଥିବା ସଂକ୍ରମଣ ନେଇ ଚିନ୍ତାରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ,ତଥ୍ୟ ପ୍ରକାଶ ଉପରେ ଗୁରୁତ୍ୱ…

ଜେନେଭା/ବେଜିଂ,୫।୧ : ଚାଇନାରେ କରୋନା ମହାମାରୀ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ନୂଆ ଭାରିଆଣ୍ଟ ଯୋଗୁଁ ଚାଇନାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଡାକ୍ତରଖାନାର ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଏହି ସମୟରେ, କରୋନା ଦ୍ରୁତ ଗତିରେ ବ୍ୟାପିଥିବା ମାମଲା ସମ୍ପର୍କରେ ଚାଇନା ଦ୍ୱାରା ପ୍ରକାଶିତ ହେଉ ନଥିବା ପର୍ଯ୍ୟାପ୍ତ ତଥ୍ୟକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଉଦବେଗ ପ୍ରକାଶ କରିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ ଚାଇନା ଦ୍ୱାରା ପୂର୍ବରୁ ଜାରି କରାଯାଇଥିବା ଥ୍ୟରୁ ଜଣାପଡିଛି ଯେ ଅଧିକ ଲୋକ ଓମିକ୍ରନର ସବ-ଭାରିଆଣ୍ଟ ବିଏ.୫.୨ ଏବଂ ବିଏଫ୍‌.୭ ଦ୍ୱାରା ସଂକ୍ରମିତ ହେଉଛନ୍ତି।

ଚାଇନାରେ କରୋନା ସଂକ୍ରମଣର ପ୍ରାୟ ୯୭ ପ୍ରତିଶତ ମାମଲା ପାଇଁ ଓମିକ୍ରନର ସବ-ଭାରିଆଣ୍ଟ ବିଏ.୫.୨ ଏବଂ ବିଏଫ୍‌.୭ ଦାୟୀ । ବିଶ୍ୱ ସୱାସ୍ଥ୍ୟ ସଂଗଠନ କହିଛି ଯେ କୋଭିଡ ବିଷୟରେ ଚାଇନା ଦ୍ୱାରା ପ୍ରକାଶିତ ତଥ୍ୟ ଜିନୋମ କ୍ରମର ବିଶ୍ଳେଷଣ ଉପରେ ଆଧାରିତ। କ୍ରମିକ ତଥ୍ୟ ବାଣ୍ଟିବାର ଆବଶ୍ୟକତା ଏବଂ ଗୁରୁତ୍ୱ ସମ୍ପର୍କରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଦୋହରାଇଛି। ଏସମ୍ପର୍କରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସସ କହିଛନ୍ତି ଯେ କରୋନା ସଂକ୍ରମଣ ନେଇ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ଜେନେଟିକ କ୍ରମ ବିଷୟରେ ଅଧିକ ସୂଚନା ଦେବା ପାଇଁ ଚାଇନା ଅଧିକାରୀଙ୍କ ସହ ସାକ୍ଷାତ କରାଯାଇଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଜରୁରୀକାଳୀନ ମୁଖ୍ୟ ଡ. ମାଇକେଲ ରିଆନ କହିଛନ୍ତି ଯେ କେତେକ ଦେଶ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା କୋଭିଡ ପ୍ରୋଟୋକଲ ଯାତ୍ରା ଉପରେ ପ୍ରତିବନ୍ଧକ ନୁହେଁ। ସଂକ୍ରମଣକୁ ରୋକିବା ପାଇଁ ଏହାକୁ ଏକ ବଡ ପଦକ୍ଷେପ କୁହାଯାଇପାରିବ ।

ଗତ ତିନି ବର୍ଷ ମଧ୍ୟରେ ଚାଇନାରେ କୋଭିଡ -୧୯ ଉପରେ କଡା ପ୍ରତିବନ୍ଧକ ଲଗାଯାଇଥିଲା କିନ୍ତୁ ଫଳାଫଳ କିଛି ଅଲଗା ଥିଲା। ସେ କହିଛନ୍ତି ଯେ ଚାଇନା ପାଇଁ ବାସ୍ତବତା ହେଉଛି ଯେ ପର୍ଯ୍ୟାପ୍ତ ପରିମାଣର ସୂଚନା ନାହିଁ ଯେଉଁଥିରୁ ବିପଦର ମୂଲ୍ୟାଙ୍କନ କରାଯିବ। ଚାଇନା ଅଧିକାରୀମାନେ କରୋନାଭାଇରସ ମୃତ୍ୟୁକୁ କିପରି ରେକର୍ଡ କରୁଛନ୍ତି ସେନେଇ ଚିନ୍ତା ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ, ଆମେରିକା ସମେତ ୨୯ଟି ଦେଶରେ କରୋନାର ନୂତନ ଭାରିଆଣ୍ଟର ମାମଲା ଆସିଛି ଏବଂ ଅନ୍ୟ ଦେଶରେ ମଧ୍ୟ ଏହା ବ୍ୟାପିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।

Share