ଓଜନକୁ ନେଇ ଚିନ୍ତିତ କି, ପିଅନ୍ତୁ ଏହି ସୁପ୍‌

ଆଧୁନିକ ଜୀବନଶୈଳୀରେ ମେଦବହୁଳତା ଏକ ଏପରି ସମସ୍ୟା ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଚିନ୍ତା ବଢ଼ାଇଥାଏ। ଏଥିରୁ ମୁକ୍ତି ପାଇବାକୁ ଅଧିକ ସମୟ ଲାଗିଥାଏ। ଏହା ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍‌ଘାତ ଆଦି ରୋଗର କାରଣ ହୋଇଥାଏ। ଫଳରେ ଅନେକ ଖାଦ୍ୟପେୟରେ ନିୟନ୍ତ୍ରଣ କରିବାକୁ କହିଥାନ୍ତି। ତେବେ ଏକ ସୁପ୍‌ ଦ୍ୱାରା ଆପଣ ଆପଣଙ୍କ ଓଜନ କମ୍‌ କରିପାରିବେ। ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ବିଧି ସମ୍ପର୍କରେ।

ମସୁର ଡାଲି ସୁପ୍‌
ଏକ ପାତ୍ରରେ ପିଆଜ, ଗାଜର, ଜୁଆଣି, ରସୁଣ, କିଛି ମସୁର ଡାଲି, ଲୁଣ ଓ ଗୋଲ ମରିଚ ଗୁଣ୍ଡ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ପରେ ମାଇକ୍ରୋଭେନ୍‌କୁ ନର୍ମାଲ କରି ଏହାକୁ ସେଥିରେ ୧୮ ମିନିଟ ରଖନ୍ତୁ। ପରେ ଏହି ମସୁର ଡାଲିର ସୁପ୍‌ ପିଅନ୍ତୁ । ଏହା ଓଜନ କମ୍‌ କରିବାରେ ସାହାଯ୍ୟ କରିବ।