ଜଙ୍ଗଲ ନିଆଁକୁ ନେଇ ଚିନ୍ତା

ନୟାଗଡ଼,୫।୪(ଲୋକନାଥ ମିଶ୍ର):ଜଙ୍ଗଲ ସୁରକ୍ଷାକାରୀଙ୍କୁ ଘାରିଛି ନିଅଁା ଚିନ୍ତା। ଜଙ୍ଗଲରେ ନିଅଁା ନ ଲାଗିବା ପାଇଁ ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଆଦିବାସୀମାନେ ଗଁାରେ ଆଗୁଆ ସଭା କରି ସଚେତନତା ସୃଷ୍ଟି କରିଛନ୍ତି। ପୁଣି ପାଳି କରି ଜଙ୍ଗଲ ସୁରକ୍ଷାକୁ କଡ଼ାକଡ଼ି କରିଛନ୍ତି। ସେହିପରି ଜଙ୍ଗଲର ବିଭିନ୍ନ ପଥରରେ ନିଅଁା ନ ଲାଗିବା ପାଇଁ ସଚେତନତା ବାର୍ତ୍ତା ଲେଖିଛନ୍ତି। ଏପରି କି ଗଛରୁ ପଡିଥିବା ପତରକୁ ପ୍ରାୟ ୫ ଫୁଟ ଲେଖାଏ ଓଳାଇ ଫାୟାର ଲାଇନ୍‌ ସୃଷ୍ଟି କରିଛନ୍ତି। ଫାୟାର ଲାଇନ୍‌ ଦ୍ୱାରା ଜଙ୍ଗଲରେ ନିଅଁା ଯେପରି ନ ଲାଗିବ ସେଥିପାଇଁ ଆଗୁଆ ପଦକ୍ଷେପ ନେଇଛନ୍ତି। ଆଦିବାସୀଙ୍କ ଏପରି ପଦକ୍ଷେପ ଯୋଗୁ ଚଳିତ ବର୍ଷ ନିଅଁା ଲାଗି ନାହିଁ। ତେବେ ଚଳିତ ବର୍ଷ ଯେପରି ଜଙ୍ଗଲରେ ନିଅଁା ନ ଲାଗିବ ସେଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିଛନ୍ତି ଆଦିବାସୀ।
ଦଶପଲ୍ଲା ବ୍ଲକର ବାଙ୍କତଇଲା, ମଞ୍ଜାରୀ, ମିଟୁକୁଳି, ଟାକରା, ଘୁଗୁଡିପଡା, କଦଳୀବାରି ଆଦି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଦିବାସୀମାନେ ୨୦୧୯ରୁ ଜଙ୍ଗଲ ସୁରକ୍ଷା କରି ଆସୁଛନ୍ତି। ଜଙ୍ଗଲ ସୁରକ୍ଷା ଯୋଗୁ ବାଙ୍କତଇଲାରେ ୬୭୦ ଏକର, ମଞ୍ଜାରୀରେ ୪୪୦ ଏକର, ମିଟୁକୁଳରେ ୫୦୦ ଏକର, ଟାକରାରେ ୪୦୦ ଏକର, ଘୁଗୁଡିପଡ଼ାରେ ୨୫୦ ଏକର, କଦଳୀବାରିରେ ୧୫୦ ଏକର ଜଙ୍ଗଲ ସୁରକ୍ଷିତ ହୋଇପାରିଛି । ସ୍ଥାନୀୟ ଜଙ୍ଗଲରେ କାଠ ଚୋର, ପଥର ଚୋର ଓ ଶିକାରୀଙ୍କ ଦୌରାମତ୍‌ୟ କମିଯାଇଛି। ପୁଣି ଜଙ୍ଗଲରେ ନିଅଁା ଲଗାଇବାକୁ ଲୋକମାନେ ଡରିଲେଣି। ଏପରିକି କାମ ନ ଥିଲେ ଲୋକମାନଙ୍କୁ ଜଙ୍ଗଲ ଭିତରକୁ ଯିବା ବାରଣ କରାଯାଇଛି। ଏନେଇ ସାନକୁରୁବାରୀ ଗଁାର ପଞ୍ଚାନନ ଜାନି ଓ ବାଙ୍କତଇଲା ଗଁାର ଲକ୍ଷ୍ମୀଧର ମୁଦୁଲି କୁହନ୍ତି, ଜଙ୍ଗଲରେ ନିଅଁା ଲାଗିବା ଦ୍ୱାରା ଗଛଲତା ପୋଡ଼ି ଯିବା ସହ ବନ୍ୟପ୍ରାଣୀଙ୍କ ମୃତ୍ୟୁ ଘଟୁଛି। ଏହାର ଭୟାବହତା ନେଇ ଆଖପାଖ ଲୋକଙ୍କୁ ସଚେତନତା କରିବା ପରେ ସଫଳତା ମିଳିଛି। ଗତ ବର୍ଷ ଅଳ୍ପ କିଛି ଜଙ୍ଗଲରେ ନିଅଁା ଲାଗିଥିଲା। ଆମେ ଗଛର ଡାଳ, ବାଲି ଓ ପାଣି ସାହାର୍ଯ୍ୟରେ ନିଅଁା ଲିଭାଇଥିଲୁ। ଏଣୁ ଚଳିତ ବର୍ଷ ସଚେତନତାକୁ ଗୁରୁତ୍ୱ ଦେବାରୁ ନିଅଁା ଲାଗିବା କମ୍‌ ହୋଇ ଯାଇଛି। ମୁଣ୍ଡୁଳୀର ନିରାକାର ଜାନି କୁହନ୍ତି, ଜଙ୍ଗଲରେ ପତ୍ର ପଡି ରହିଲେ ମାଟି କ୍ଷୟ କମ୍‌ ହୁଏ। ଅନ୍ୟପକ୍ଷେ ପତ୍ର ପଚିଶଢ଼ି ମାଟିକୁ ଉର୍ବର କରାଏ। ପାହାଡ଼ର ବର୍ଷା ଜଳ ଜମିକୁ ଆସି ଜମିର ଉର୍ବରତା ବଢ଼ାଏ। ଏଣୁ ଆମେ ଜଙ୍ଗଲରେ ଫାୟାର ଲାଇନ କରୁଥିଲେ ମଧ୍ୟ ପତ୍ରକୁ ନଷ୍ଟ କରି ନ ଥାଉ। ମଞ୍ଜାରୀର ଶରତ ମାଝି କୁହନ୍ତି, ନିଅଁା ଲାଗିବା ଦ୍ୱାରା ପାଣିଆଳୁ ଓ କସାଆଳୁ, ମସିଆ, କନ୍ଦା, ବାଉଁଶ କରଡ, ସତାବରୀ ଆଉ ମିଳୁ ନ ଥିଲା। ନିଅଁା ନ ଲାଗିବା ଦ୍ୱାରା ଏଗୁଡିକ ଚଳିତ ବର୍ଷ ଜଙ୍ଗଲରୁ ଅଧିକ ସଂଗ୍ରହ କରାଯାଇଛି। ଏହି ପ୍ରକ୍ରିୟା ଚାଲୁ ରହୁଛି। ଜଙ୍ଗଲ ରହିଲେ ଆମେ ସମସ୍ତେ ସୁରକ୍ଷିତ ରହିବୁ। ଏହି ବାର୍ତ୍ତା ଦେଇ ଆମେ ସମସ୍ତଙ୍କୁ ସଚେତନ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ଗସ୍ତ ପାଇଁ କାର୍ଯ୍ୟସୂଚୀ ଘୋଷଣା: ଜାଣନ୍ତୁ କେବେ ଭେଟିବ ଭାରତ

ନୂଆଦିଲ୍ଲୀ,୧୫।୪: ଭାରତୀୟ କ୍ରିକେଟ ଦଳ ଅଗଷ୍ଟରେ ବାଂଲାଦେଶ ଗସ୍ତରେ ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚର ସିରିଜ ଖେଳିବ। ଏହି ଗସ୍ତ ଦିନିକିଆ ସିରିଜ...

ଅଗ୍ନି ସୁରକ୍ଷା ପ୍ରତି ସମର୍ପିତ ହୁଅ

ସମ୍ବଲପୁର,୧୫ା୪(ପ୍ରମୋଦ ବହିଦାର): ସୁରକ୍ଷିତ ମାନବସମ୍ବଳ ଦ୍ୱାରା ଦେଶର ଆର୍ଥତ୍କ ଉନ୍ନତି ଓ ପ୍ରଗତି ସମ୍ଭବ। ସମ୍ବଲପୁର ରିଜର୍ଭ ପୋଲିସ ଲାଇନ୍‌ ପଡ଼ିଆରେ ଜିଲା ଅଗ୍ନିଶମ ବିଭାଗ...

ପାଣି ପାଇଁ ଛଟପଟ ଗ୍ରାମବାସୀ

ଝାରସୁଗୁଡ଼ା,୧୫।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ସଦର ବ୍ଲକ ଅଧୀନ କୁ. କଣ୍ଟାପାଲି ଗ୍ରାମରେ ଥିବା ଜଳ ଯୋଗାଣ ବିଭାଗ ଟ୍ରାନ୍ସଫର୍ମର ଗତ ବୁଧବାର ରାତିଠାରୁ...

ମଦ ଚୋରାଚାଲାଣ ବେଳେ ଧରିଲେ ଗ୍ରାମବାସୀ

ବେହେରା,୧୫ା୪ (ଭୂପେଶ ତିୱାରୀ): କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ବେହେରାଠାରେ ଥିବା ବିଦେଶୀ ମଦ ଦୋକାନର ଦୁଇଜଣ କର୍ମଚାରୀ ବିଦେଶୀ ମଦ ଚୋରା ଚାଲାଣ କରୁଥିବା...

ଅଧିକ ପାଠପଢ଼ି ଭବିଷ୍ୟତ ଉଜ୍ଜ୍ୱଳ ଲାଗି ଆହ୍ବାନ

ଭଞ୍ଜନଗର,୧୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀ ଛାତ୍ରଙ୍କୁ...

ସେବାଶ୍ରମ ଛାତ୍ରୀଛାତ୍ରଙ୍କୁ ମହୁମାଛି ଆକ୍ରମଣ: ୪୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ କାମୁଡିଲା, ୪ ଗୁରୁତର

ଦାରିଙ୍ଗବାଡି, ୧୫।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତରେ ଥିବା ସେବାଶ୍ରମରେ ମହୁମାଛି ଆକ୍ରମଣରେ ପ୍ରାୟ ୪୦ରୁ ଉର୍ଦ୍ଧ ଛାତ୍ରୀଛାତ୍ର ଆହତ ହୋଇଥିବା...

ବିଜୁ ପ୍ରତିମୂର୍ତ୍ତି ପୋଡ଼ିବା ପରେ ତାତିଲା ବିଜେଡି : ଦେବୀ, ଅରୁଣ, ପ୍ରତାପ କହିଲେ…

ଭୁବନେଶ୍ୱର, ୧୫।୪: ପାଟଣାଗଡ଼ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ିବା ଘଟଣାରେ ବିଜେଡିର ବରିଷ୍ଠ ନେତା ପ୍ରେସମିଟ କରିଛନ୍ତି। ବିଜୁ ପ୍ରତିମୂର୍ତ୍ତି ପୋଡିବାକୁ ନିନ୍ଦନୀୟ ବୋଲି କହଛି...

ପ୍ରମିଳା କହିଲେ ଆମ ଦଳରେ ସବୁ ଠିକ୍‌ : ନବୀନଙ୍କ ସପକ୍ଷରେ ସମସ୍ତେ

ଭୁବନେଶ୍ୱର,୧୫।୪: ଓ୍ବକଫ୍‌ ବିଲ୍‌କୁ ନେଇ ବିଜେଡିରେ ଫାଟ ସୃଷ୍ଟି ହୋଇଥିଲା। ପରେ ନେତାଙ୍କ ମେଳି ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣାକୁ ନେଇ ଆମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image