Advertisement

ଏହିସବୁ ଧାତୁରେ କରନ୍ତୁ ଗଣେଶଙ୍କୁ ପୂଜାର୍ଚ୍ଚନା, ଚମକିବ ଭାଗ୍ୟ

ଗଣେଶ ପୂଜା ଆସନ୍ତାକାଲି ଅର୍ଥାତ୍‌ ଶନିବାର ପଡୁଛି। ତେବେ ଏହି ପୂଜାରେ ଅନେକ ଧାତୁର ବାସନକୁସନ ବ୍ୟବହାର କରାଯାଏ। ଯଥା ଥାଳି, ଢାଳ, ଦୀପ, କଳସ, ଘଣ୍ଟି ଇତ୍ୟାଦି। ଏହି ସମସ୍ତ ଧାତୁ ବିଷୟରେ ବିଶେଷ ଧ୍ୟାନ ରଖି ଗଣେଶଙ୍କୁ ପୂଜାର୍ଚ୍ଚନା କଲେ ଆପଣଙ୍କ ଭାଗ୍ୟ ଚମକିବ। ଜ୍ୟୋତିଶାଚାର୍ଯ୍ୟ ପି.ଟି. ମନୀଷଙ୍କ ମତରେ କେଉଁ ଧାତୁରେ ପୂଜା କଲେ ଶୁଭଫଳ ପ୍ରାପ୍ତି ହୋଇଥାଏ ଜାଣନ୍ତୁ…

ଗଣେଶଙ୍କୁ ସୁନା, ରୁପା, ପିତ୍ତଳ କିମ୍ବା ତମ୍ବାରେ ଧାତୁରେ ପୂଜା କରିବା ବହୁତ ଭଲ। ଏହି ଚାରୋଟି ଧାତୁ ମଧ୍ୟରୁ ଯେକୌଣସିଟି ପୂଜାରେ ଲାଗିପାରିବ। ପୂଜା କାର୍ଯ୍ୟରେ ଏହି ପାତ୍ରରେ ରଖାଯାଇଥିବା ପାଣି ପିଇଲେ ସ୍ବାସ୍ଥ୍ୟ ପକ୍ଷେ ବହୁତ ଭଲ।

ମନେରଖନ୍ତୁ ପୂଜା ସମୟରେ ଲୁହା, ଷ୍ଟିଲ୍‌ ଏବଂ ଆଲୁମିନିୟମ ସାମଗ୍ରୀ ବ୍ୟବହାର କରିବା ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଉଚିତ୍‌। ଲୁହା ଏବଂ ଆଲୁମିନିୟମରେ ପାଣି ବ୍ୟବହାର ସ୍ବାସ୍ଥ୍ୟ ପକ୍ଷେ ଆଦୌ ଲାଭଦାୟକ ନୁହେଁ। ସେଥିପାଇଁ ଅନେକ ପରିବାରରେ ଏହି ଧାତୁଗୁଡ଼ିକରେ ରୋଷେଇ ମଧ୍ୟ କରାଯାଏ ନାହିଁ।

Share