ଜଳିଗଲା ପୂଜା ସାମଗ୍ରୀ ଦୋକାନ

ଆଠଗଡ଼,୨୧।୦୫: କଟକ ଜିଲା ଖୁଣ୍ଟୁଣି ଥାନା ବଜାର ପେଟୋଲ ପମ୍ପ ପଛପାଖରେ ଥିବା ଏକ ପୂଜା ସାମଗ୍ରୀ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ୍‌ ଶଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ପଙ୍କଜ ଜେନାଙ୍କ ପୂଜା ସାମଗ୍ରୀ ଦୋକାନରେ ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡିଯାଇଛି। ଖବରପାଇ ଆଠଗଡ଼ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି ।

Share