Categories: ଫୁରସତ

ଲାଲ୍‌ ଗଣପତିଙ୍କୁ ପୂଜା କଲେ ହୁଏ ସର୍ବ କାର୍ଯ୍ୟ ସିଦ୍ଧି…

ଲାଲ୍‌ ରଙ୍ଗ ଅର୍ଥାତ୍‌ ସିନ୍ଦୁରିଆ ଗଣପତିଙ୍କୁ ପୂଜା କଲେ ସର୍ବ କାର୍ଯ୍ୟ ସିଦ୍ଧି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଲମ୍ବୋଦରଙ୍କୁ ପୁଷ୍ପ, ଧୂପ, ଦୀପ, କର୍ପୂର, କୁଙ୍କୁମ, ଲାଲ୍‌ ସୂତା, ଚନ୍ଦନ ଓ ମୋଦକ ଲାଗି କଲେ ସେ ପ୍ରସନ୍ନ ହୋଇଥାନ୍ତି। ଲାଲ୍‌ କପଡା ଉପରେ ସିନ୍ଦୁରିଆ ଶ୍ରୀଗଣେଶଙ୍କୁ ସ୍ଥାପନା କରି ଦୀପ ଓ ଧୂପ ଜଳାଇ ପୂଜା କରିବା ସହିତ ଦୁବ ଲାଗି କରାଇବା ପାଇଁ ଶାସ୍ତ୍ରରେ ନିର୍ଦ୍ଦେଶ ରହିଛି । ପୂଜା ସରିବା ପରେ ଶ୍ରୀଗଣେଶଙ୍କୁ ମୋଦକ ଲାଗି କଲେ ସେ ସନ୍ତୁଷ୍ଟ ହୋଇଥାନ୍ତି। ମୋଦକ ଶ୍ରୀଗଣେଶଙ୍କର ଅତି ପ୍ରିୟ। ପୂଜା ସମୟରେ ଓଁ ଶ୍ରୀ ଗଂ ଗଣପତୟେ ନମଃ ମନ୍ତ୍ର ୧୦୮ ଥର ଜପ କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ବାମ ପଟକୁ ଶୁଣ୍ଢ ଥିବା ଗଣପତିଙ୍କୁ ସହଜରେ ସନ୍ତୁଷ୍ଟ କରି ହୋଇଥାଏ। ତେବେ ଡାହାଣ ପଟକୁ ଶୁଣ୍ଢ ଥିବା ଶ୍ରୀଗଣେଶ ସୂର୍ଯ୍ୟଙ୍କ ଶକ୍ତି ଧାରଣ କରିଥାନ୍ତି। ତାଙ୍କ ପାଇଁ ନିଷ୍ଠାର ସହିତ ପୂଜା କରିବା ଆବଶ୍ୟକ। ତେଣୁ ଡାହାଣ ପଟକୁ ଶୁଣ୍ଢ ଥିବା ଗଣପତିଙ୍କ ମୂର୍ତ୍ତି ସାଧକମାନଙ୍କ ଲାଗି ଉପଯୋଗୀ ହୋଇଥାଏ।

Share