Categories: ଖେଳ

ବଡ଼ ବିପର୍ଯ୍ୟୟ ଦେଖିଲା ଟିମ୍‌ ଇଣ୍ଡିଆ

ସେଞ୍ଚୁରିଆନ,୨୮।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ତଥା ସେଞ୍ଚୁରିଆନ ଟେଷ୍ଟରେ ଟିମ୍‌ ଇଣ୍ଡିଆକୁ ପ୍ରଥମ ଇନିଂସରେ ବଡ଼ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରଥମ ଦିନ ଶେଷ ସୁଦ୍ଧା ୩ ଉଇକେଟ ହରାଇ ୨୭୨ ରନ୍‌ କରିଥିବା ଭାରତୀୟ ଦଳ ତା’ର ଅସମାପ୍ତ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା ତୃତୀୟ ଦିନରେ। ଶତକ ହାସଲକାରୀ ଲୋକେଶ ରାହୁଲ (୧୨୩) ଓ ଅଜିଙ୍କ୍ୟ ରାହାନେ (୪୮)ଙ୍କ ଯୋଡ଼ି ପୂର୍ବ ଦିନର ଦଳୀୟ ସ୍କୋରରେ ୬ ରନ୍‌ ଯୋଡ଼ିବା ପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ। ମାତ୍ର ୪୯ ରନ୍‌ ମଧ୍ୟରେ ଦଳ ତା’ର ବଳାକା ୭ ଉଇକେଟ ହରାଇ ୩୨୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ଟିମ୍‌ ଇଣ୍ଡିଆ ପାଇଁ ଅନ୍ୟତମ ବିପର୍ଯ୍ୟୟ। ଏଭଳି ବିପର୍ଯ୍ୟୟ ପଛରେ ଲୁଙ୍ଗି ଏନ୍‌ଗିଡି ଏବଂ କାଗିସୋ ରବାଡା। ଦୁହେଁ ୯ ଉଇକେଟ ନେଇଥିଲେ।

Share