୧୦୦ ବର୍ଷ ମଧ୍ୟରେ ଆମେରିକାରେ ସବୁଠୁ ଭୟାବହ ଅଗ୍ନିକାଣ୍ଡ

ଲାହାଇନା,୧୪ା୮: ଆମେରିକାର ମାଉଇ ସହରକୁ ଜଙ୍ଗଲ ନିଆଁ ବ୍ୟାପି ମୃତ୍ୟୁସଂଖ୍ୟା ୯୩କୁ ବୃଦ୍ଧି ହୋଇଛି। ଅନ୍ୟପକ୍ଷେ ମୃତକଙ୍କୁ ଚିହ୍ନଟ ପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

୧୦୦ ବର୍ଷ ମଧ୍ୟରେ ଏହା ଆମେରିକାରେ ସବୁଠୁ ଭୟାବହ ଅଗ୍ନିକାଣ୍ଡ ବୋଲି କୁହାଯାଉଛି। କାଭାଡର ସନ୍ଧାନୀ କୁକୁର ସହାୟତାରେ କର୍ମଚାରୀମାନେ ମାତ୍ର ୩ ପ୍ରତିଶତ ଅଞ୍ଚଳର ତଲାସି କରିଥିବା ମୁଉଇ ପୋଲିସ ମୁଖ୍ୟ କହିଛନ୍ତି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଜଙ୍ଗଲ ନିଆଁରେ ପଶ୍ଚିମମାଉଇର ୨,୨୦୦ ବିଲ୍ଡିଂ ଧ୍ୱଂସ ହୋଇଛି। ସେଥିରୁ ୮୬ ପ୍ରତିଶତ ଆବାସିକ ବିଲ୍ଡିଂ। ଉକ୍ତ ଦ୍ୱୀପରେ ମୋଟ କ୍ଷୟକ୍ଷତି ପରିମାଣ ୬ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି।

Share