ମହାମାରୀର ସବୁଠାରୁ ଭୟାବହ ସମୟ ଏବେ ବିତି ଯାଇଛିି…

ନୂଆଦିଲ୍ଲୀ,୮।୧୧ : ଆମେରିକା ସରକାରଙ୍କ କୋଭିଡ-୧୯ ପ୍ରତିକ୍ରିୟା ସଂଯୋଜକ ଡାକ୍ତର ଆଶିଷ କୁମାର ଝା କହିଛନ୍ତି ଯେ ମହାମାରୀ ସମାପ୍ତ ହୋଇ ନଥାଇ ପାରେ କିନ୍ତୁ ସବୁଠାରୁ ଭୟାବହ ଦିନଗୁଡ଼ିକ ଏବେ ବିତି ଯାଇଛି। ମଙ୍ଗଳବାର ସେ କହିଛନ୍ତି ଯେ ବିଶ୍ୱର ଅଧିକାଂଶ ଲୋକ ଏହି ଭୂତାଣୁ ମୁକାବିଲା ପାଇଁ ପ୍ରତିରୋଧକ ଶକ୍ତି ହାସଲ କରିଛନ୍ତି। ଆମେ ଦେଖୁଛୁ କି କରୋନା ମାମଲା କିମ୍ବା ନୂତନ କରୋନା ଭାରିଆଣ୍ଟଗୁଡିକ ବାହାରକୁ ଆସୁଛି। କିନ୍ତୁ ଏହି ମହାମାରୀର ଖରାପ ଅବସ୍ଥା ବର୍ତ୍ତମାନ ଆମେ ପଛରେ ଛାଡି ଆସିଛେ।

କୋଭିଡ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇନାହିଁ। କିଛି ଉପାୟରେ ଏହା ସର୍ବଦା ଆମ ସହିତ ରହିବ ଏବଂ ଆମକୁ ଏହାକୁ ପରିଚାଳନା କରିବାକୁ ପଡିବ। କିନ୍ତୁ ଯଦି ପ୍ରଶ୍ନ ଉଠେ ଯେ, କୋଭିଡର ଖରାପ ସମୟ ବିତି ଯାଇଛି କି? ଏହାର ଉତ୍ତର ହଁ ହେବ।

Share