Categories: ଜାତୀୟ

‘ଗଣତନ୍ତ୍ର ପାଇଁ ସବୁଠୁ ଖରାପ ସମୟ’

ନୂଆଦିଲ୍ଲୀ,୧୯ା୧୦(ପି.ଟି.): ଭାରତୀୟ ଗଣତନ୍ତ୍ର ଏବେ ସବୁଠୁ ଖରାପ ସମୟ ଦେଇ ଗତି କରୁଛି ବୋଲି ରବିବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମାଲୋଚନା କରିଛନ୍ତି। ୩ କୃଷି ଆଇନ, କୋଭିଡ୍‌-୧୯ ମହାମାରୀ, ଆର୍ଥିକ ମାନ୍ଦାବସ୍ଥା ଓ ଦଳିତଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ସୋନିଆ ଏଭଳି ମନ୍ତବ୍ୟ ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ସାଧାରଣ ସମ୍ପାଦକ ଓ ରାଜ୍ୟ ପ୍ରଭାରୀମାନଙ୍କ ନେଇ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ସୋନିଆ କହିଛନ୍ତି, ସବୁଜ ବିପ୍ଳବର ସଫଳତାକୁ ନୂ୍ୟନ କରିଦେବା ପାଇଁ ଏକ ଷଡ଼ଯନ୍ତ୍ର ଚାଲିଛି। କେନ୍ଦ୍ରର ୩ କୃଷି ଆଇନ ହେଉଛି କୃଷି ବିରୋଧୀ କଳା ଆଇନ। ସରକାର କ୍ରମଶଃ ବ୍ୟବସ୍ଥିତ ଭାବେ ନାଗରିକମାନଙ୍କ ଅଧିକାରକୁ କେତେଜଣ ହାତଗଣତି ଶିଳ୍ପପତିଙ୍କୁ ହସ୍ତାନ୍ତର କରିବାରେ ଲାଗିଛନ୍ତି।

Share