Categories: ଖେଳ

‘ଅପେକ୍ଷାର ଫାଇଦା ଅଛି’

ବେଙ୍ଗାଲୁରୁ,୧୪।୨: ଚଳିତ ଆଇପିଏଲ ସିଜନ ଲାଗି ଜୋଫ୍ରା ଆର୍ଚ୍ଚର ଉପଲବ୍ଧ ହେବେ ନାହିଁ। ଏହାସତ୍ତ୍ୱେ ଇଂଲଣ୍ଡ ପେସରଙ୍କୁ ୮ କୋଟି ଟଙ୍କାରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ। ଏହା ଉପରେ ମୁମ୍ବାଇ ଫ୍ରାଞ୍ଚାଇଜର ଡିରେକ୍ଟର ଅଫ୍‌ କ୍ରିକେଟ ଅପରେଶନ୍ସ ଜାହିର ଖାନ କହିଛନ୍ତି, ଜୋଫ୍ରାଙ୍କୁ ଅପେକ୍ଷା କରିବାର ଫାଇଦା ଅଛି।

“ଦୁଇ କିମ୍ବଦନ୍ତୀ ବୋଲରଙ୍କୁ ଏକାସଙ୍ଗେ ଖେଳୁଥିବା ଦେଖିବା ପାଇଁ ମୁଁ ଉତ୍ସାହର ସହିତ ଅପେକ୍ଷା କରିଛି। ମୁଁ ଖୁସି ଯେ, ଏହା ସମ୍ଭବ ହେବାକୁ ଯାଉଛି। ଏହି ଅପେକ୍ଷା ଆମ ପାଇଁ ମୂଲ୍ୟବାନ ହେବ” ବୋଲି ଜାହିର କହିଛନ୍ତି।

ମୁମ୍ବାଇ ଫ୍ରାଞ୍ଚାଇଜ ସିଙ୍ଗାପୁର ଖେଳାଳି ଟିମ୍‌ ଡେଭିଡ୍‌ଙ୍କୁ ୮.୨୫ କୋଟିରେ କିଣିଛି। ପୂର୍ବରୁ ଆର୍‌ସିବି ପାଇଁ ଖେଳି ସାରିଥିବା ଡେଭିଡ୍‌ଙ୍କ ମୁମ୍ବାଇ ମୁଖ୍ୟ କୋଚ୍‌ ମହେଳା ଜୟବର୍ଦ୍ଦନେ କହିଛନ୍ତି, ସେ ଜଣେ ହାର୍ଡ ହିଟର ଥିବାରୁ ତାଙ୍କର ଚାହିଦା ବେଶୀ। ଆମ ପାଖରେ ଯଥେଷ୍ଟ ଟଙ୍କା ଥିବା ଆମେ ଜାଣିଥିଲୁ। ଏଣୁ ଆମେ ଅନେକ ଖେଳାଳିଙ୍କୁ ଟାର୍ଗେଟ କରିଥିଲୁ।

Share