Categories: ଜାତୀୟ

ମୋଦିଙ୍କ ବିଷୟରେ କ’ଣ ଏମିତି କହିଲେ ନୀତୀଶ, ସମସ୍ତେ ହସି ହସି ଗଡିଲେ…

ନୂଆଦିଲ୍ଲୀ,୭।୬: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସଭାପତି ରାଷ୍ଟ୍ରପତି ନୀତୀଶ କୁମାର ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ୍‌ ଆଲାଏନ୍ସ(ଏନଡିଏ) ନେତା ଭାବରେ ନରେନ୍ଦ୍ର ମୋଦିଙ୍କୁ ଗ୍ରୀନ୍‌ ସିଗନାଲ୍‌ ଦେଇଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନଡିଏ ବୈଠକରେ ନରେନ୍ଦ୍ର ମୋଦିଙ୍କ ନାମ ପ୍ରସ୍ତାବ ଦେବା ପରେ ନୀତୀଶ କହିଛନ୍ତି, ଯଦି ସେ (ନରେନ୍ଦ୍ର ମୋଦି) ଆଜି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥାନ୍ତେ ତେବେ ଭଲ ହୋଇଥାନ୍ତା। ଆମେ ତ ସବୁଦିନ ତାଙ୍କ ସହ ଅଛୁ। ଜେଡି (ୟୁ) ମୁଖ୍ୟଙ୍କଠାରୁ ଏହା ଶୁଣି ସଂସଦ ଭବନରେ ଥିବା ଭାଜପା ନେତାମାନେ ହସିବାକୁ ଲାଗିଲେ।
ନୀତୀଶ କୁମାର କହିଛନ୍ତି,ତାଙ୍କ ଦଳ ଭାରତର ପ୍ରଧାନମନ୍ତ୍ରୀ ପଦ ପାଇଁ ଭାଜପାର ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରୁଛି। ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ସେ ୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ରହିଛନ୍ତି ଏବଂ ପୁନର୍ବାର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।
ନିକଟରେ ଚର୍ଚ୍ଚା ହେଉଥିଲା ନୀତୀଶ ଇଣ୍ଡିଆ ମେଣ୍ଟକୁ ସମର୍ଥନ ଦେବେ। କିନ୍ତୁ ଜେଡି (ୟୁ) ମୁଖ୍ୟ ଏହି କଳ୍ପନାଜଳ୍ପନାକୁ ସମ୍ପୂର୍ଣ୍ଣ ବିରାମ କରିଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନରେ ୪୦୦ଟି ସିଟ ଲକ୍ଷ୍ୟ ରଖିଥିବା ଭାଜପା ନିଜେ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନାହିଁ। ଏଥିରେ କେବଳ ୨୪୦ଟି ସିଟ ଥିବାବେଳେ ଏନଡିଏ ୨୯୩ଟି ସିଟ ପାଇଛି। ଏହି ସିଟ ଗୁଡିକରେ ନୀତୀଶ କୁମାରଙ୍କ ଜେଡି (ୟୁ)ର ୧୨ଟି ସିଟ ଏବଂ ଚନ୍ଦ୍ରାବାବୁ ନାଇଡୁଙ୍କ ଟିଡିପିର ୧୬ଟି ସିଟ ରହିଛି। ଏହି କାରଣରୁ ଉଭୟ ଦଳ ଏଥର କିଙ୍ଗମେକରଙ୍କ ଭୂମିକା ଗ୍ରହଣ କରିଥିଲେ।

Share