Categories: ଖେଳ

ମହିଳା ପ୍ରିମିୟର ଲିଗ୍‌: ମୁମ୍ବାଇ ଇଣ୍ଡିଆନ୍ସ ଏଲିମିନେଟ, ଫାଇନାଲରେ ଆରସିବି-ଦିଲ୍ଲୀ

ନୂଆଦିଲ୍ଲୀ, ୧୫।୩: ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଏଲିମିନେଟ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ଶୁକ୍ରବାର ଅନୁଷ୍ଠିତ ଏଲିମିନେଟର ମ୍ୟାଚରେ ଆରସିବି ୫ ରନରେ ମୁମ୍ବାଇକୁ ପରାସ୍ତ କରିଛି। ଲୋ ସ୍କୋରିଂ ମ୍ୟାଚରେ ଆରସିବି ୨୦ ଓଭରରେ ୬ ଉଇକେଟ ହରାଇ ୧୩୫ ରନ କରିଥିଲା।

ଏଲିସ ପେରୀ ୫୦ ବଲ୍‌ରୁ ୮ ଚୌକା ଓ ୧ ଛକା ସହାୟତାରେ ସର୍ବାଧିକ ୬୬ ରନ କରିଥିଲେ। ମୁମ୍ବାଇ ପକ୍ଷରୁ ହିଲି ମାଥ୍ୟୁସ, ନାଟ ସ୍କିଭର-ବ୍ରଣ୍ଟ ଓ ସାଇକା ଇଶାକ ୨ଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ମୁମ୍ବାଇ ୨୦ ଓଭରରେ ୬ ଉଇକେଟ ହରାଇ ୧୩୦ ରନ କରିବାକୁ ସକ୍ଷମ ହୋଇଥିଲା। ଆରସିବି ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଫାଇନାଲ ୧୭ ତାରିଖରେ ଏଠାରେ ଅନୁଷ୍ଠିତ ହେବ।

୧୭ ଓଭର ବେଳକୁ ମୁମ୍ବାଇ ୩ ଉଇକେଟରେ ୧୧୬ ରନକରି ବିଜୟ ଦ୍ୱାରରେ ପହଞ୍ଚତ୍ଥିଲା। ମାତ୍ର ଶେଷ ୩ ଓଭରର ନାଟକୀୟ ଘଟଣାକ୍ରମରେ ଅଧିନାୟିକା ହରମନପ୍ରୀତ କୌର ଆଉଟ ହେବା ସହ ମ୍ୟାଚର ମୋଡ଼ ବୁଲି ଯାଇଥିଲା। ୧୮ ବଲ୍‌ରୁ ୨୦ ରନ କରିପାରି ନ ଥିଲା ମୁମ୍ବାଇ।

Share