Categories: ଖେଳ

ପଡ଼ିଆରେ ଆରସିବି ଖେଳାଳିଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରଶଂସକ, ଫଟୋ ଭାଇରାଲ

ନୂଆଦିଲ୍ଲୀ,୨୮।୨: ମହିଳା ପ୍ରିମିୟର ଲିଗ୍‌ ୨୦୨୪ର ୫ମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜରାଟ ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ବାଙ୍ଗାଲୋର ଏହି ମ୍ୟାଚରେ ୫ ଉଇକେଟ୍‌ରେ ଜିତିଛି। ଏହି ମ୍ୟାଚ ସମୟରେ ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଆରସିବି ପ୍ରଶଂସକ ଦଳର ଖେଳାଳି ଶ୍ରେୟଙ୍କା ପାଟିଲଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ପ୍ରଶଂସକ ଶ୍ରେୟଙ୍କାଙ୍କ ପାଇଁ ଏକ ସ୍ବତନ୍ତ୍ର ପୋଷ୍ଟର ନେଇ ଷ୍ଟାଡିୟମରେ ପହଞ୍ଚିଥିଲେ। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବାସ୍ତବରେ ଆରସିବି ପ୍ରଶଂସକ ଏକ ପୋଷ୍ଟର ନେଇ ଷ୍ଟାଡିୟମରେ ପହଞ୍ଚିଥିଲେ। ଏଥିରେ ଶ୍ରେୟଙ୍କାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ପ୍ରଶଂସକଙ୍କ ହାତରେ ଏହି ପୋଷ୍ଟର ଦେଖିବା ପରେ ଆରସିବି ଖେଳାଳିମାନେ ହସିଥିଲେ। ଏଭଳି ଦୃଶ୍ୟ ଅନେକ ଥର ପଡ଼ିଆରେ ଦେଖିବାକୁ ମିଳିଛି । ମହିଳା ଖେଳାଳିଙ୍କ ସହିତ ପୁରୁଷ ଖେଳାଳିଙ୍କୁ ମଧ୍ୟ ଅନେକ ଥର ବିବାହ ପାଇଁ ପ୍ରସ୍ତାବ ଦିଆଯାଇଛି। ବିରାଟ କୋହଲି ତାଙ୍କ କ୍ୟାରିୟରର ପ୍ରଥମ ଦିନରେ ଏଭଳି ଅନେକ ପ୍ରସ୍ତାବ ପାଇଛନ୍ତି।

ଶ୍ରେୟଙ୍କାଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ଏବେ ଅଧିକ ଅଭିଜ୍ଞ ନୁହଁନ୍ତି । କିନ୍ତୁ ସେ ଅନେକ ମ୍ୟାଚେରେ ଭଲ ପ୍ରଦର୍ଶନ କରିଛନ୍ତି। ଟିମ ଇଣ୍ଡିଆ ପାଇଁ ଶ୍ରେୟଙ୍କା ମଧ୍ୟ ଦୃଢ ପ୍ରଦର୍ଶନ କରିଛନ୍ତି। ସେ ଏ ପର୍ଯ୍ୟନ୍ତ ଭାରତ ପାଇଁ ୨ଟି ଦିନିକିଅ ମ୍ୟାଚ ଖେଳିଛନ୍ତି। ଏହି ଅବଧି ମଧ୍ୟରେ ୪ଟି ଉଇକେଟ୍‌ ନେଇଛନ୍ତି।

Share