ଦେହରେ ସେଲୋ ଟେପ୍‌ ଗୁଡ଼ାଇ ଗଞ୍ଜେଇ ଚାଲାଣ

ନନ୍ଦପୁର/କୋରାପୁଟ, ୧୮ା୧୨ (ଶଙ୍କର ପୂଜାରୀ/ଅମିତାଭ ବେହେରା): ଗଞ୍ଜେଇ ଚାଲାଣକାରୀ ନିିଜ ଦେହରେ ସେଲୋଟେପ୍‌ ଗୁଡାଇ ଗଞ୍ଜେଇ ଚାଲାଣ କରିବାର ନୂଆ ଉପାୟ ସାମ୍ନାକୁ ଆସିଛି। ଚାଲାଣକାରୀଙ୍କ ଏହି କୌଶଳକୁ ଧରିବାରେ ପୋଲିସ ସକ୍ଷମ ହୋଇଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଦୁଲହନ ଖାନ (୨୪)।
ଖବରରୁ ଜଣାପଡିଛି, ପଶ୍ଚିମବଙ୍ଗ ପୂର୍ବ ବର୍ଦ୍ଧମାନ ଜିଲା, ମଣ୍ଡଳପାରା ଗ୍ରାମର ବାବର ଅଲି ଖାନଙ୍କ ପୁଅ ଦୁଲହନ ନିଜ ଦେହରେ ୮ କିଲୋ ଗଞ୍ଜେଇ ପ୍ଲାଷ୍ଟିକ ସେଲୋ ଟେପରେ ଗୁଡ଼ାଇ ଏବଂ ବ୍ୟାଗରେ ୨୦କିଲୋ ଗଞ୍ଜେଇ ଧରି ଚାଲାଣ କରୁଥିଲେ। ଏ ସମ୍ପର୍କରେ ପାଡୁଆ ପୋଲିସ ସୂଚନା ପାଇ ଦଳେଇପୁଟ ଗ୍ରାମ ନିକଟରେ ଥାନାଧିକାରୀ ଅଶୋକ ବିଷୋୟୀ ଓ ଏସ୍‌ଆଇ ଦୀପକ ବାରିକଙ୍କ ନେତୃତ୍ୱରେ ଏକ ଟିମ୍‌ ଜଗି ରହି ତାଙ୍କୁ ଧରିଥିଲେ। ତାଙ୍କଠାରୁ ମୋଟ ୨୮ କେଜି ଗଞ୍ଜେଇ ଜବତ ହୋଇଛି। କେସ ନଂ. ୧୫୯/୨୩ରେ ମାମଲା ରୁଜୁ କରାଯାଇ ଏହାର ତଦନ୍ତ କରାଯାଉଛି। ପଚରାଉଚରା ବେଳେ ନନ୍ଦପୁର ବ୍ଲକ ଅଞ୍ଚଳରୁ ଗଞ୍ଜେଇ ଆଣି ସେ ଚାଲାଣ କରୁଥିବା ସ୍ବୀକାର କରିଛନ୍ତି। ଗିରଫ ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ଏସ୍‌ଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାସେ ହେଲା ବିନା ଡାକ୍ତରରେ ସେବା

ବ୍ରହ୍ମପୁର,୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଇଛି। ଅନେକ ସ୍ବାସ୍ଥ୍ୟକେନ୍ଦ୍ର...

ଡାହାଣୀ ସନ୍ଦେହ: ଭାଉଜଙ୍କୁ ହାଣି ହତ୍ୟାକଲେ ଦିଅର

ରାମଚନ୍ଦ୍ରପୁର,(ଗଣେଶ୍ୱର ସା)/ ଘସିପୁରା( ନିରଞ୍ଜନ ସାହୁ),୫ା୧୦: ଡାହାଣୀ ସନ୍ଦେହ କରି ଭାଉଜଙ୍କୁ ଟାଙ୍ଗିଆ ହାଣି ହତ୍ୟା କଲେ ଦିଅର। ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି କେନ୍ଦୁଝର...

ମା’ଶାରଳାଙ୍କ ମନ୍ଦିରରେ ଘିଅର ମାନକୁ ନେଇ ଉଠିଲା ପ୍ରଶ୍ନ

ଜଗତ୍‌ସିଂହପୁର, ୫ା୧୦(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ଶାରଳା। ଏହି ମନ୍ଦିରକୁ ପ୍ରତ୍ୟହ ଜିଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ...

୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବେଲପଡ଼ା, ୫ା୧୦(ମନୋଜ କୁମାର ମିଶ୍ର):ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ୍‌ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା କାମର ବିଲ୍‌ କରିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ...

ଗାଁ ପିଣ୍ଡିରେ ବସି ଲୋକଙ୍କ ଦୁଃଖ ଶୁଣିଲେ ଜିଲାପାଳ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ରାଜ୍ୟ ସରକାର ଗ୍ରାମାଞ୍ଚଳ, ଉପାନ୍ତ ଅଞ୍ଚଳରେ ବୁଲି ଲୋକଙ୍କ ଦୁଃଖ ବୁଝିବା ପାଇଁ ଜିଲାପାଳଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିପରି ଉପାନ୍ତ...

କୋରାପୁଟରେ ଡେଙ୍ଗୁ ଆତଙ୍କ : ୨୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ଜଣେ ମହିଳା ମୃତ

ନାରାୟଣପାଟଣା,୨୩ା୮(ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ୍‌ରେ ବର୍ତ୍ତମାନ ଡେଙ୍ଗୁ ଆତଙ୍କ ଖେଳାଇଛି। ଗତ କିଛିଦିନ ମଧ୍ୟରେ ବ୍ଲକ୍‌ରେ ଏକାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।...

କଲେଜ ଛାତ୍ରୀଙ୍କୁ ଅସଦାଚରଣ: ଧନ୍ଦାମୂଳକ ତାଲିମଦାତା ଗିରଫ

ରାଉରକେଲା,୪।୧୦(ସଙ୍ଗୀତା ଜେନା): ରଘୁନାଥପାଲି ଥାନା ଅଧୀନ ଏକ ପ୍ରତିଷ୍ଠିତ କଲେଜର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ କଲେଜର ଧନ୍ଦାମୂଳକ ତାଲିମଦାତାଙ୍କୁ ପୋଲିସ ଗିରଫ କରିଛି। ଗିରଫ...

ପଢୁଥିଲେ ପାଠ, ମହମବତୀରୁ ନିଆଁ ଲାଗି ଜଳିଗଲା ଘର

ବ୍ରାହ୍ମଣୀଗାଁ,୪ା୧୦(ମନୋରଞ୍ଜନ ରଣା): ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ବୁଜୁଲି ଗ୍ରାମରେ ବି.ଫେର୍ନାନ୍ଦ ବଳିଆର ସିଂଙ୍କ ଘରେ ମହମବତୀରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri