Categories: ଖେଳ

ସରକାରଙ୍କ ନିଷ୍ପତ୍ତି ଉପରେ ରେସ୍‌ଲରଙ୍କ ଅସନ୍ତୋଷ

ନୂଆଦିଲ୍ଲୀ, ୨୫ା୧(ପି.ଟି.): ଭାରତୀୟ ହକି ମହାସଂଘ (ଡବ୍ଲ୍ୟୁଏଚ୍‌ଆଇ) ସଭାପତି ବ୍ରିଜ ଭୂଷଣ ଶରନ ସିଂ ଯୌନ ନିର୍ଯାତନା ଦେବା ସହ ଧମକଚମକ ଦେଇଛନ୍ତି ବୋଲି ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ସରକାର ବିନା ପରାମର୍ଶରେ ନିରୀକ୍ଷଣ କମିଟି ଗଠନ କରିଥିବାରୁ ପ୍ରତିବାଦକାରୀ ରେସ୍‌ଲରମାନେ ଦୁଃଖ ପ୍ରକାଶ କରିଛନ୍ତି। ଡବ୍ଲ୍ୟୁଏଫ୍‌ଆଇ ମୁଖ୍ୟଙ୍କ ବିରୋଧରେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଏମ୍‌.ସି ମେରୀକମ୍‌ଙ୍କ ଅଧ୍ୟକ୍ଷତାରେ ୫ ସଦସ୍ୟ ବିଶିଷ୍ଟ ନୀରିକ୍ଷଣ କମିଟି ଗଠନ କରିଥିଲେ। ଏହି କମିଟି ଡବ୍ଲ୍ୟୁଏଫ୍‌ଆଇ ମୁଖ୍ୟଙ୍କ ବିରୋଧରେ ଆଗତ ଅଭିଯୋଗ ବିରୋଧରେ ତଦନ୍ତ କରିବ। ଏଥିସହିତ ଭାରତୀୟ ରେସ୍‌ଲିଂ ମହାସଂଘର ଦୈନନ୍ଦିନ ବ୍ୟାପାର ବୁଝାଶୁଝା କରିବ।

Share