Categories: ଖେଳ

ଷ୍ଟାର ବ୍ରେ ଓ୍ବାଟ୍‌ଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଲା ଡବ୍ଲ୍ୟୁଡବ୍ଲ୍ୟୁଇ

ଓ୍ବାଶିଂଟନ, ୨୫ା୮(ଏପି)- ଓ୍ବାଲର୍‌ଡ ରେସ୍‌ଲିଂ ଏଣ୍ଟରଟେନ୍‌ମେଣ୍ଟ (ଡବ୍ଲ୍ୟୁଡବ୍ଲ୍ୟୁଇ) ଷ୍ଟାର ବ୍ରେ ଓ୍ବାଟ୍‌ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୬ ବର୍ଷ ବୟସ ହୋଇଥିଲା। ଓ୍ବାଟଙ୍କ ପ୍ରକୃତ ନାମ ଓ୍ବିନଧାମ୍‌ ରୋଟୁଣ୍ଡା। ତାଙ୍କ ମୃତ୍ୟୁ ଖବର ଡବ୍ଲୁଡବ୍ଲ୍ୟୁଇ ଓ୍ବେବ୍‌ସାଇଟରେ ପ୍ରକାଶ ପାଇଛି। ହେଲେ ଓ୍ବାଟ୍‌ଙ୍କ ମୃତ୍ୟୁର କାରଣ ଜଣାପଡି ନାହିଁ।

ଡବ୍ଲ୍ୟୁଡବ୍ଲ୍ୟୁଇ ପକ୍ଷରୁ ତାଙ୍କ ପରିବାର, ସମ୍ପର୍କୀୟ ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଛି। ଓ୍ବାଟ୍‌ ୨୦୧୭ ଡବ୍ଲ୍ୟୁଡବ୍ଲ୍ୟୁଇ ଚାମ୍ପିୟନ ହୋଇଥିଲେ। ସେ ଫିଏଣ୍ଡ ନାମରେ ମଧ୍ୟ ପରିଚିତ ।

Share