Categories: ଜାତୀୟ

ଧାରଣାସ୍ଥଳରେ କୁସ୍ତିଯୋଦ୍ଧାଙ୍କୁ ମିଳିଲା ସୁରକ୍ଷା

ନୂଆଦିଲ୍ଲୀ,୧ା୫: ଭାରତୀୟ କୁସ୍ତି ମହାସଂଘ (ଆଇଡବ୍ଲ୍ୟୁଏଫ୍‌) ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବିରେ ନୂଆଦିଲ୍ଲୀର ଯନ୍ତରମନ୍ତରରେ କୁସ୍ତିଯୋଦ୍ଧାଙ୍କ ଧାରଣା ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜଣେ ନାବାଳିକା ପୀଡ଼ିତାଙ୍କ ସମେତ ବିକ୍ଷୋଭରେ ସାମିଲ ହୋଇଥିବା ଅନ୍ୟ କୁସ୍ତିଯୋଦ୍ଧାଙ୍କୁ ଧାରଣାସ୍ଥଳରେ ଦିଲ୍ଲୀ ପୋଲିସ ସୁରକ୍ଷା ଯୋଗାଇଦେଇଛି। ତଦନ୍ତ ଆଗକୁ ବଢ଼ାଇବା ପାଇଁ ୭ ଅଭିଯୋଗକାରିଣୀଙ୍କ ରେକର୍ଡ ବୟାନ କରାଇବାକୁ ପୋଲିସ କହିଛି। ଅନ୍ୟପକ୍ଷେ କଂଗ୍ରେସ ନେତା ଦୀପେନ୍ଦ୍ର ହୁଡାଙ୍କ ଷଡ଼ଯନ୍ତ୍ର କ୍ରମେ ତାଙ୍କ ବିରୋଧରେ ଏହି ଅଭିଯୋଗ ଅଣାଯାଇଛି ବୋଲି ଆଇଡବ୍ଲ୍ୟୁଏଫ୍‌ ମୁଖ୍ୟ ବ୍ରିଜଭୂଷଣ ସମାଲୋଚନା କରିଛନ୍ତି। ବିକ୍ଷୋଭକାରୀଙ୍କୁ ସମାଜବାଦୀ ପାର୍ଟି(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ସମର୍ଥନ କରି ନ ଥିବାରୁ ବ୍ରିଜ୍‌ଭୂଷଣ ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

Share