Categories: ଜାତୀୟ

ତିହାର ଜେଲ୍‌ରେ ଥାଇ ଟିଭି ଦାବି କରୁଛନ୍ତି ସୁଶୀଲ

ନୂଆଦିଲ୍ଲୀ,୪।୭: ଯୁବ ରେସଲର ସାଗର ଧାଙ୍କରଙ୍କ ଅପହରଣ ଓ ହତ୍ୟା ମାମଲରେ ବିଚାର ବିଭାଗୀୟ ହାଜତରେ ଥିବା ଅଲିମ୍ପିକ୍ସ ପଦକ ଧାରୀ ସୁଶୀଲ କୁମାର ପୁଣି ଥରେ ଚର୍ଚ୍ଚାରେ। ସେ ତାଙ୍କ ସେଲ୍‌ରେ ଟିଭି ଦାବି କରୁଛନ୍ତି। ଏ ନେଇ ତିହାର ଜେଲ ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି ସୁଶୀଲ। ପୂରା ବିଶ୍ୱରେ ଚାଲୁଥିବା ରେସଲିଂ ମ୍ୟାଚ୍‌ ସମ୍ପର୍କୀତ ସୂଚନା ପାଇବା ପାଇଁ ତାଙ୍କୁ ଟିଭି ଦରକାର ଥିବା ଉକ୍ତ ପତ୍ରରେ ସୁଶୀଲ ଉଲ୍ଲେଖ କରିଛନ୍ତି। ଏଥି ପୂର୍ବରୁ ଅଲିମ୍ପିକ୍ସ ଲାଗି ପ୍ରସ୍ତୁତି ଲାଗି ଜେଲରେ ଟ୍ରେନିଂ ସାମଗ୍ରୀ ଯୋଗାଇ ଦେବାକୁ କୋର୍ଟରେ ଆବେଦନ କରି ବିଫଳ ହୋଇଥିଲେ ଏହି ରେସଲର।

ଛତ୍ରଶାଳ ଷ୍ଟାଡିୟମରେ ୨୩ ବର୍ଷୀୟ ରେସଲରଙ୍କ ହତ୍ୟା ମାମଲାରେ ତାଙ୍କ ବିଚାର ବିଭାଗୀୟ ହାଜତ ସମୟ ସୀମାକୁ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତାଙ୍କ ବିରୋଧରେ ହତ୍ୟା ଓ ଅପହରଣ ଭଳି ସଙ୍ଗିନ ମାମଲା ରହିଛି।

Share