Posted inଖେଳ

ରେସଲର ସୁମିତ ଡୋପ୍‌ ଟେଷ୍ଟରେ ବିଫଳ

ନୂଆଦିଲ୍ଲୀ, ୫ା୬ (ପି.ଟି.): ଟୋକିଓ ଅଲିମ୍ପିକ୍ସ ହେବାକୁ ଆଉ କିଛି ସପ୍ତାହ ବାକି ରହିଥିବାବେଳେ ଏଥିରେ ଭାଗ ନେବାକୁଥିବା ଭାରତୀୟ ରେସ୍‌ଲର ସୁମିତ୍‌ ମଲିକ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ଦେଶପାଇଁ ଏହା ଲଜ୍ଜାଜନକ ବିଷୟ। ବୁଲ୍‌ଗେରିଆରେ ନିକଟରେ ଅନୁଷ୍ଠିତ କ୍ୱାଲିଫାୟର୍ସରେ ତାଙ୍କର ଡୋପ୍‌ ଟେଷ୍ଟ ହୋଇଥିଲା। ଅଲିମ୍ପିକ୍ସ ପୂର୍ବରୁ ଜଣେ ରେସ୍‌ଲର ଡୋପ୍‌ ଜାଲରେ ଧରାପଡ଼ିବା ଏହା ଦ୍ୱିତୀୟ ଦୃଷ୍ଟାନ୍ତ। ୨୦୧୬ ରିଓ ଅଲିମ୍ପିକ୍ସ ପୂର୍ବରୁ ନରସିଂହ ପଞ୍ଚମ ଯାଦବ ଡୋପ୍‌ ଟେଷ୍ଟରେ ଧରାପଡ଼ି ୪ ବର୍ଷ ବାସନ୍ଦ ହୋଇଥିଲେ। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ବୁଲଗେରିଆର ସୋଫିଆଠାରେ ଅନୁଷ୍ଠିତ ବିଶ୍ୱ ଅଲିମ୍ପିକ କ୍ୱାଲିଫାୟର ଇଭେଣ୍ଟର ୧୨୫ କେଜି କାଟେଗୋରିରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। କିନ୍ତୁ ବର୍ତ୍ତମାନ ଏହି ୨୮ ବର୍ଷୀୟ ରେସ୍‌ଲର ଜୁଲାଇ ୨୩ରୁ ଆରମ୍ଭ ହେବାକୁଥିବା ମୁଖ୍ୟ ଇଭେଣ୍ଟରେ ଅଂଶଗ୍ରହଣ ଅନିଶ୍ଚିତ ମଧ୍ୟକୁ ଠେଲି ହୋଇଯାଇଛି। ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ସମ୍ପାଦକ ବିନୋଦ ତୋମାର କହିଛନ୍ତି, ସୁମିତ୍‌ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବା ବିଷୟ ସେମାନେ ୟୁନାଇଟେଡ୍‌ ଓ୍ବାଲର୍‌ଡ ରେସ୍‌ଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)ଠାରୁ ଆସିଥିବା ଏକ ଇ-ମେଲ୍‌ରୁ ଜାଣିବାକୁ ପାଇଥିଲେ। ତାଙ୍କୁ ତୁରନ୍ତ ସାମୟିକ ସସ୍‌ପେଣ୍ଡ କରାଯାଇଛି।
ତାଙ୍କ ନିକଟରୁ ସଂଗୃହୀତ ସାମ୍ପଲରୁ ଯେଉଁ ଉପାଦାନ ଠାବ କରାଯାଇଛି ତାହା ହେଉଛି ୫-ମେଥିଲହେକ୍ସାନ-୨-ଆମିନେ (୧,୪-ଡେମିଥିଲପେଣ୍ଟିଲାମିନେ)। ଫଳାଫଳକୁ ନେଇ ଡବ୍ଲ୍ୟୁଏଫ୍‌ଆଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛି। କାରଣ ସୁମିତ୍‌ଙ୍କ ଟ୍ରାକ୍‌ ରେକର୍ଡ ଖୁବ୍‌ ଭଲ ରହିଛି। ତାଙ୍କ ‘ବି’ ସାମ୍ପଲକୁ ଅପେକ୍ଷା କରାଯାଇଛି। ସାଧାରଣତଃ ଅଣ ନିର୍ଦ୍ଦିଷ୍ଟ ପଦାର୍ଥଗୁଡ଼ିକ ହେଉଛି ଆନାବୋଲିକ୍‌ ଷ୍ଟେରଏ୍‌ଡ ଏବଂ ନିର୍ଦ୍ଦିଷ୍ଟ ପଦାର୍ଥଗୁଡ଼ିକ ହେଉଛି ଷ୍ଟିମୁଲାଣ୍ଡ। ଦିଲ୍ଲୀର ଜଣେ କ୍ରୀଡ଼ା ଆଇନଜୀବୀ ପାର୍ଥ ଗୋସ୍ବାମୀ କହିଛନ୍ତି ଏହା ଏକ ନିର୍ଦ୍ଦିଷ୍ଟ ପଦାର୍ଥ ହୋଇଥିବାରୁ ସୁମିତଙ୍କୁ ସାମୟିକ ସସ୍‌ପେଣ୍ଡ କରାଯାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଗାତାର ୪ର୍ଥ ଥର ପାଇଁ ହାରିଲା ଚେନ୍ନାଇ, ପ୍ରିୟାଂଶ ସାଜିଲେ ପଞ୍ଜାବ ବିଜୟର ହିରୋ

ମୁଲାନପୁର,୮ା୪: ପ୍ରିୟାଂଶ ଆର୍ଯ୍ୟଙ୍କ ଧୂଆଁଦାର ଶତକ ବଳରେ ମଙ୍ଗଳବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ୧୮ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ପରାସ୍ତ...

ପ୍ରଶଂସକଙ୍କ ସହ ସେଲ୍‌ଫି ନେବାକୁ ମନାକଲେ SRH ଷ୍ଟାର, ଭିଡିଓ ନେଇ ଚର୍ଚ୍ଚା ଆରମ୍ଭ

ନୂଆଦିଲ୍ଲୀ, ୮ା୪: ଅଷ୍ଟ୍ରେଲିଆ ତଥା ସନ୍‌ ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ଷ୍ଟାର ଟ୍ରାଭିସ ହେଡ୍‌ ଜଣେ ପ୍ରଶଂସକଙ୍କ ସହ ସେଲ୍‌ଫି ନେବାକୁ ମନାକରୁଥିବା ଏକ ଭିଡିଓ...

ମାତ୍ର ୪ ରନ୍‌ରେ ହାରିଗଲା କୋଲକାତା, ଜିତିଲା ଲକ୍ଷ୍ନୌ

ନୂଆଦିଲୀ,୮।୪: IPL ୨୦୨୫ର ଆଉ ଏକ ରୋମାଞ୍ଚକର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଶେଷ ଓଭରରେ କୋଲକାତା ନାଇଟ ରାଇଡର୍ସକୁ ୪ ରନ୍‌ରେ ପରାସ୍ତ କରିଛି। ଇଡେନ...

ନିକୋଲାସ ପୁରନଙ୍କୁ ବୋଲିଂ କରିବାକୁ ଡରିଲେଣି ବୋଲର୍‌, ଏକାକି ଚେନ୍ନାଇଠାରୁ ଅଧିକ ଛକା ମାରି ଚର୍ଚ୍ଚାରେ

ନୂଆଦିଲ୍ଲୀ,୮।୪: ଆଇପିଏଲ୍‌ ୨୦୨୫ରେ ଚମତ୍କାର ଫର୍ମରେ ଅଛନ୍ତି ନିକୋଲାସ ପୁରନ। ସେ ଯେବେ ବି ବ୍ୟାଟିଂ କରିବାକୁ ଓହ୍ଲାଉଛନ୍ତି, ଚୌକା, ଛକା ବର୍ଷା ହେଉଛି। ମଙ୍ଗଳବାର...

ରାଜନୈତିକ ମଇଦାନରେ ପୂର୍ବତନ କ୍ରିକେଟରଙ୍କ ଏଣ୍ଟ୍ରି, ଭାଜପାରେ ହେଲେ ସାମିଲ 

ନୂଆଦିଲ୍ଲୀ,୮।୪: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଖେଳାଳି କେଦାର ଜାଦବ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ ହୋଇଛନ୍ତି। ସେ ମୁମ୍ବାଇରେ ମହାରାଷ୍ଟ୍ରର ମନ୍ତ୍ରୀ...

IPL 2025: ଆପିଏଲ୍‌ରେ ସବୁଠୁ ବିପଜ୍ଜନକ ବୋଲର୍‌ କିଏ? ଗେଲ୍‌ ଦେଲେ ଚମକାଇବା ଭଳି ଜବାବ

ନୂଆଦିଲ୍ଲୀ,୮।୪: IPL 2025 ଚାଳିଥିବା ବେେଳେ ବିଶ୍ୱର ବିସ୍ଫୋରକ ବ୍ୟାଟସମ୍ୟାନ କ୍ରିସ ଗେଲ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ‘ୟୁନିଭର୍ସ ବସ’ ଭାବରେ ଜଣାଶୁଣା ଗେଲ...

ଚାମ୍ପିଅନ୍ସ ଟ୍ରଫି ୨୦୨୫ ଅଭ୍ୟାସ ସେସନ୍ ପରେ “କାନ୍ଦିଥିଲେ” ଶ୍ରେୟସ ଆୟର, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୮।୪: ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ ଆୟର ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆର ପ୍ରଥମ ଅଭ୍ୟାସ ସେସନ୍ ପରେ କାନ୍ଦିଥିଲେ। ନିକଟରେ ଏକ...

ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ଲକ୍ଷ୍ୟ:ଓଡିଆ ପକ୍ଷରେ ରକ୍ତଦାନ ଶିବିର

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ): ରାଜ୍ୟରେ ଭାଜପା ସରକାର ଆସିବା ପରେ କେତେକ କ୍ଷେତ୍ରରେ ପରିବର୍ତ୍ତନ ହେଉଛି। ଚଳିତବର୍ଷ ଉତ୍କଳ ଦିବସକୁ ଓଡିଶା ଦିବସ ଭାବେ ପାଳନ କରାଯାଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image