Posted inଜାତୀୟ

ପୁଣି ଯନ୍ତରମନ୍ତରରେ ଧାରଣାରେ ବସିବେ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୧୦।୮: ସମଗ୍ର ବିଶତବରେ ଦେଶର ନାଁକୁ ଗର୍ବିିତ କରିଥିବା କିଛି କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ମାମଲା ପୁଣି ଥରେ ଜୋର ଧରିପାରେ। ଏହି ମାମଲାରେ ବର୍ତ୍ତମାନ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ସାକ୍ଷି ମଲିକ ଏବଂ ବିନେଶ ଫୋଗେଟ ଆଜି ଏକ ନୂତନ ପ୍ରସଙ୍ଗରେ ଧାରଣାରେ ବସିବା ପାଇଁ ଯନ୍ତରମନ୍ତରରେ ପହଞ୍ଚିପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଯନ୍ତରମନ୍ତରରେ ଅତିରିକ୍ତ ସୁରକ୍ଷା ବୃଦ୍ଧି କରିଛି। ଶାନ୍ତି ବଜାୟ ରଖିବା ପାଇଁ ଦିଲ୍ଲୀ ପୋଲିସ ମଧ୍ୟ ସାମରିକ ବାହିନୀ ନିୟୋଜିତ କରିଛି। ଦିଲ୍ଲୀ ପୋଲିସ ଯନ୍ତରମନ୍ତରରେ ତିନୋଟି ସ୍ତରର ସୁରକ୍ଷା ନିୟୋଜିତ କରିଛି।

ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ସାକ୍ଷି ମଲିକ ଏବଂ ବିନେଶ ଫୋଗାଟ ବୁଧବାର ନିଜ ନିଜ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ କରି କହିଛନ୍ତି ଯେ, ସେମାନେ ଗୁରୁବାର ଦିଲ୍ଲୀର ରାଜଘାଟରେ ଏକ ଖବରଦାତା ସମ୍ମିଳନୀ କରିବେ। ଏହି ଟୁଇଟ ପରେ ଅନୁମାନ କରାଯାଉଛି ଯେ, ଏହି ତିନିଜଣ କୁସ୍ତିଯୋଦ୍ଧା ଯୌନ ଶୋଷଣ ମାମଲା ସମ୍ପର୍କରେ ଗଣମାଧ୍ୟମ ଆଗରେ ନିଜର ମତ ରଖିପାରନ୍ତି। ଏହା ଜଣାପଡିବା ମାତ୍ରେ ଦିଲ୍ଲୀ ପୋଲିସ ଯନ୍ତରମନ୍ତରରେ କଡା ସୁରକ୍ଷା କର୍ମୀ ନିୟୋଜିତ କରିଛି। ସୂଚନାନୁସାରେ, କୁସ୍ତି ଖେଳାଳିଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଧାରଣା ଆରମ୍ଭ ପୂର୍ବରୁ ୧୪୪ ଧାରା ଲାଗୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Watch Video:ମ୍ୟାଚ୍‌ ବିଜୟ ପରେ ବି ଥରୁଥିଲେ ପଞ୍ଜାବ ମାଲିକାଣୀ: କୋଚ୍‌ଙ୍କୁ କହିଲେ, ମୋତେ ଦେଖ…

ଚଣ୍ଡିଗଡ,୧୬।୪: ଏକ ରୋମାଞ୍ଚକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ୧୬ ରନରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ପରାସ୍ତ କରିଛି। ପଞ୍ଜାବ ପକ୍ଷରୁ ୧୧୨ ରନର ବିଜୟ...

ଏଣିକି ସ୍କୁଲରେ ମୋବାଇଲ୍‌ ମନା: ଜାଣନ୍ତୁ କ’ଣ ରହିଛି କାରଣ

ଡେନମାର୍କ,୧୬।୪: ପିଲାମାନଙ୍କ ଭବିଷ୍ୟତ ଏବଂ ମାନସିକ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି, ଡେନମାର୍କ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦେଶର ସରକାର...

ନିର୍ବାଚନ ପୂର୍ବରୁ ସ୍ବାୟତ୍ତତା ଉଦ୍ୟମ: ଉଚ୍ଚସ୍ତରୀୟ କମିଟି ଗଢ଼ିଲେ ଷ୍ଟାଲିନ୍‌

ଚେନ୍ନାଇ,୧୬।୪:ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌. କରୁଣାନିଧି କେନ୍ଦ୍ର-ରାଜ୍ୟ ସମ୍ପର୍କର ଅନୁଧ୍ୟାନ ପାଇଁ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପୂର୍ବରୁ ପି.ଭି. ରାଜମାନ୍ନାର କମିଟି ଗଠନ କରିଥିଲେ।...

ଭାରତର ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୧୫ ବିଚାରପତି

ନୂଆଦିଲ୍ଲୀ, ୧୬।୪ (ପି.ଟି.):ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ କେବଳ ୧୫ ଜଣ ବିଚାରପତି ରହିଛନ୍ତି। ମଙ୍ଗଳବାର ଜାରି ହୋଇଥିବା ‘ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ ୨୦୨୫’ରୁ...

ପୋଷାକକୁ ନେଇ ବିବାଦରେ ହ୍ବାଇଟ ହାଉସ୍‌ ପ୍ରେସ୍‌ ସେକ୍ରେଟାରି

ଓ୍ବାଶିଂଟନ, ୧୬।୪:ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ବାଣିଜି୍ୟକ ଯୁଦ୍ଧ ସୋସିଆଲ ମିଡିଆରେ ପହଞ୍ଚିଛି। ଏକ ଖବରଦାତା ସମ୍ମିଳନୀରେ ହ୍ବାଇଟ ହାଉସ୍‌ ପ୍ରେସ୍‌ ସେକ୍ରେଟାରି କାରୋଲିନ...

ଶରଣକୁଳ ଥାନା ଏସ୍‌ଆଇଙ୍କୁ ଧରିଲା ଭିଜିଲାନ୍ସ: ମାମଲାରେ ସହଯୋଗ ପାଇଁ ନେଉଥିଲେ…

ଭୁବନେଶ୍ୱର,୧୬।୪(ସତ୍ୟଜିତ୍‌ ରାଉତ): ଏକ ଆପରାଧିକ ମାମଲାରେ ସହଯୋଗ କରିବା ପାଇଁ ବିଚାରବିଭାଗୀୟ ହାଜତରେ ଥିବା ଜଣେ ଅଭିଯୁକ୍ତଙ୍କ ଝିଅଙ୍କଠୁ ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ...

ନ୍ୟାଶନାଲ ହେରାଲ୍ଡ ମାମଲା: ସୋନିଆ, ରାହୁଲଙ୍କ ନାଁରେ ଇଡିର ଚାର୍ଜଶିଟ୍‌

ନୂଆଦିଲ୍ଲୀ,୧୬।୪:ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସ୍ବତନ୍ତ୍ର ଅଦାଲତରେ ଚାର୍ଜଶିଟ୍‌ ଦାଖଲ କରିଛି। ଉକ୍ତ ଚାର୍ଜଶିଟ୍‌ରେ କଂଗ୍ରେସ ଏମ୍‌ପି ସୋନିଆ ଗାନ୍ଧୀ, ରାହୁଲ...

ବିଭିନ୍ନ ଦାବି ନେଇ କଂଗ୍ରେସର ମଶାଲ ଶୋଭାଯାତ୍ରା

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ):ସୋରଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋରଡ଼ା ଏବଂ ବେଲଗୁଣ୍ଠାରେ କଂଗ୍ରେସ ପକ୍ଷରୁ ମଙ୍ଗଳବାର ରାତିରେ ମଶାଲ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା। ନାରୀ ସୁରକ୍ଷା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image