ବ୍ରିଜଭୂଷଣଙ୍କ ଲାଏ ଡିଟେକ୍‌ଶନ ଏବଂ ନାର୍କୋ ଟେଷ୍ଟ କରାଯାଉ

ନୂଆଦିଳ୍ଲୀ,୧୦ା୫: ଭାରତୀୟ ରେସଲିଂ ଫେଡେରେଶନ(ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ରେସ୍‌ଲର ଦିଲ୍ଳୀର ଯନ୍ତରମନ୍ତରଠାରେ ଧାରଣାରେ ବସିଛନ୍ତି। ଆନ୍ଦୋଳନକୁ ୧୫ ଦିନ ହୋଇଥିବା ବେଳେ ଖେଳାଳିମାନେ ବୁଧବାର ବ୍ରିଜ୍‌ଭୂଷଣଙ୍କ ଲାଏ ଡିଟେକ୍‌ଶନ ଓ ନାର୍କୋ ଟେଷ୍ଟ କରିବାକୁ ଦାବି କରିଛନ୍ତି। ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମସ୍ତ ଟେଷ୍ଟ କରିବା ପାଇଁ ଖେଳାଳିମାନେ ଦାବି କରିଛନ୍ତି। ଅଲିମ୍ପିକ୍‌ ପଦକ ବିଜେତା ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଓ ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ଭିନେଶ ଫୋଗତ ଧାରଣାରେ ବସିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ୭ଜଣ ମହିଳା ଖେଳାଳି ଯୌନ ଶୋଷଣର ଅଭିଯୋଗ ଆଣିଥିବା ବେଳେ ଏହା ମଧ୍ୟରେ ଜଣେ ନାବାଳିକା ମଧ୍ୟ ରହିଛନ୍ତି। କିଛି ଲୋକ ବ୍ରିଜ୍‌ଭୂଷଣଙ୍କ ସମର୍ଥନ କରୁଛନ୍ତି ଏବଂ ଖେଲାଳିମାନେ ମିଛ କହୁଛନ୍ତି ବୋଲି ମଧ୍ୟ କହୁଛନ୍ତି, ତେଣୁ ଡବ୍ଲ୍ୟୁଏଫ୍‌ଆଇ ସଭାପତି ଓ ଖେଳାଳିଙ୍କ ଲାଏ ଡିଟେକ୍‌ଶନ ଟେଷ୍ଟ ଓ ନାର୍କୋ ଟେଷ୍ଟ କରାଯାଉ। ଯିଏ ବି ମିଛ କହୁଥିବ ତାଙ୍କୁ ଫାଶୀ ଦିଆଯାଉ ବୋଲି ସାକ୍ଷୀ ମଲିକ କହିଛନ୍ତି।

Share