ବ୍ରିଜ ଭୂଷଣଙ୍କ ବିରୋଧରେ ଦୁଇଟି ଏଫଆଇଆର, ନିର୍ଯ୍ୟାତନା, ବ୍ୟାଡ ଟଚ ସମେତ ୧୦ ଅଭିଯୋଗ

ନୂଆଦିଲ୍ଲୀ,୨।୬: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଇଟି ଏଫଆଇଆର ଦିଆଯାଇଛି। ଏଫଆଇଆରରେ ବ୍ରିଜ ଭୂଷଣଙ୍କ ବିରୋଧରେ ନିର୍ଯ୍ୟାତନା, ଯୌନ ଉତ୍ପିଡନର ଏକ କି ଦୁଇ ନୁହେଁ ବରଂ ୧୦ଟି ମାମଲା ଉଲ୍ଲେଖ କରାଯାଇଛି। ଏଥିରେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ସମ୍ପର୍କ ରଖିବାକୁ ଚାପ ପକାଇବା ଅଭିଯୋଗ ରହିଛି। ଖେଳାଳିମାନେ କହିଛନ୍ତି ବ୍ରିଜ ଭୂଷଣ ଅନେକଥର ସେମାନଙ୍କ ସହ ଖରାପ ବ୍ୟବହାର କରିଛନ୍ତି।

ଅଭିଯୋଗରେ ଭୁଲ ଭାବରେ ସ୍ପର୍ଶ କରିବା, କୌଣସି ବାହାନାରେ ଛାତି ଉପରେ ହାତ ରଖିବାକୁ ଚେଷ୍ଟା କରିବା କିମ୍ବା ହାତ ରଖିବା, ଛାତିରୁ ପଛକୁ ହାତ ଧରିବା ଅନ୍ତର୍ଭୁକ୍ତ। ମହିଳା କୁସ୍ତିଯୋଦ୍ଧାମାନେ ୨୧ଏପ୍ରିଲରେ କନ୍ନାଟ ପ୍ଲେସ ପୋଲିସ ଷ୍ଟେସନରେ ବ୍ରିଜ ଭୂଷଣଙ୍କ ବିରୋଧରେ ଅଭିଯୋଗ କରିଥିଲେ। କୁସ୍ତିଯୋଦ୍ଧାମାନେ ସୁପ୍ରିମକୋର୍ଟ ଯିବା ପରେ ଦିଲ୍ଲୀ ପୋଲିସ୨୮ ଏପ୍ରିଲରେ ଦୁଇଟି ପୃଥକ ଏଫଆଇଆର୍‌ ପଞ୍ଜିକରଣ କରିଥିଲା। ଏହି ଉଭୟ ଏଫଆଇଆରର କପି ସାମ୍ନାକୁ ଆସିଛ।

Share