Categories: ଜାତୀୟ

ଭଉଣୀଙ୍କ ସହ ଦୁର୍ବବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଫାଶୀ ଦିଆଯାଉ: କେଜରିଓ୍ବାଲ

ନୂଆଦିଲ୍ଲୀ,୨୯।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାରେ ବସିଥିବା ରେସଲରଙ୍କୁ ସାକ୍ଷାତ୍‌ କରିଛନ୍ତି। ଏହି ସମୟରେ କେଜରିଓ୍ବାଲ କହିଛନ୍ତି, ଭଉଣୀଙ୍କ ସହ ଦୁର୍ବବ୍ୟହାର କରିଥିବା ଲୋକଙ୍କୁ ଫାଶୀ ଦଣ୍ଡ ଦେବା ଦରକାର।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଶନିବାର ଜନ୍ତର ମନ୍ତରରେ ପ୍ରଦର୍ଶନ କରୁଥିବା ମହିଳା ରେସଲରଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ କେଜରିଓ୍ବାଲ କହିଛନ୍ତି, ‘ଆମ ଭଉଣୀଙ୍କ ସହ ଦୁର୍ବବ୍ୟହାର ହୋଇଛି। ଏମିତି ବ୍ୟକ୍ତିଙ୍କୁ ତୁରନ୍ତ ଦଣ୍ଡ ଦେଇ ଫାଶୀରେ ଝୁଲାଇ ଦେବା ଦରକାର। ଯିଏ ବି ଭାରତକୁ ଭଲପାଉଛନ୍ତି, ସେମାନେ ରେସଲରଙ୍କ ସହ ଠିଆ ହୋଇଛନ୍ତି। ସମ୍ପୂର୍ଣ୍ଣ ଦେଶ ରେସଲରଙ୍କ ସହ ରହିଛି। ସୂଚନାଯୋଗ୍ୟ, କିଛିଦିନ ହେବ ବଜରଙ୍ଗ ପୁନିଆ, ସାକ୍ଷି ମଲିକ ଓ ଭିନେଶ ଫୋଗାଟଙ୍କ ସମେତ ଅନ୍ୟ ରେସଲରମାନେ ଦିଲ୍ଲୀର ଜନ୍ତର ମନ୍ତରରେ ବ୍ରିଜଭୂଷଣ ଶରଣ ସିଂଙ୍କ ଉପରେ ଯୌନ ଉତ୍ପିଡନ ଓ ଧମକାଇବା ଅଭିଯୋଗ କରି ବିରୋଧ ପ୍ରଦର୍ଶନ କରୁଛନ୍ତି।

Share