Categories: ଜାତୀୟ

ମେ’୨୧ ସୁଦ୍ଧା ବ୍ରଜଭୂଷଣଙ୍କୁ ଗିରଫ କରିବାକୁ ଦାବି

ନୂଆଦିଲ୍ଲୀ,୭।୫: ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ମୁଖ୍ୟ ବ୍ରଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦିଲ୍ଲୀରେ ଯନ୍ତରମନ୍ତରରେ କୁସ୍ତିଯୋଦ୍ଧା ଧାରଣାରେ ବସିଛନ୍ତି। ଏହି ସମୟରେ କୁସ୍ତିଯୋଦ୍ଧାଙ୍କ ସପକ୍ଷରେ ଦିଲ୍ଲୀରେ ଚାଷୀ ନେତା ରାକେଶ ଟିକାୟତ ପହଞ୍ଚିଛନ୍ତି। ଏହି ଘଟଣାକୁ ନେଇ ଚାଷୀ ନେତା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏଥିସହ ଭୂଷଣ ଶରଣ ସିଂହଙ୍କ ବିରୋଧରେ ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ତେବେ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ଆସନ୍ତା ୨୧ ତାରିଖ ସୁଦ୍ଧା ଗିରଫ କରିବାକୁ ମଧ୍ୟ ଖାପ ପଞ୍ଚାୟତ ପକ୍ଷରୁ ଦାବି ରଖାଯାଇଛି। ପଦକ୍ଷେପ ନିଆ ନ ଗଲେ ଅନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚାଷୀ ନେତାମାନେ ପ୍ରକାଶ କରିଛନ୍ତି।

Share