Categories: ଜାତୀୟ

ଅନୁରାଗ ଠାକୁରଙ୍କ ଘରେ ପହଞ୍ଚିଲେ ବଜରଙ୍ଗ ପୁନିଆ, ରାକେଶ ଟିକାଏତ୍‌

ନୂଆଦିଲ୍ଲୀ,୭।୬: ରେସଲର ବଜରଙ୍ଗ ପୁନିଆ କୃଷକ ନେତା ରାକେଶ ଟିକାଏତ୍‌ଙ୍କ ସହ ବୁଧବାର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଘରେ ପହଞ୍ଚିଛନ୍ତି। ବଜରଙ୍ଗ ପୁନିଆ ଏବଂ ରାକେଶ ଟିକାଇଟଙ୍କ କିଛି ସମୟ ପରେ ସାକ୍ଷୀ ମଲିକ ଏବଂ ତାଙ୍କ ସୱାମୀ ସତ୍ୟଭ୍ରତ କାଦିୟାନ ମଧ୍ୟ ଅନୁରାଗ ଠାକୁରଙ୍କ ଘରେ ପହଞ୍ଚିଥିବା ଜଣାପଡିଛି।
ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ମଙ୍ଗଳବାର ଦିନ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଆନ୍ଦୋଳନ କରୁଥିବା କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା ପାଇଁ ନିମନ୍ତ୍ରଣ ପଠାଇଥିଲେ। ଅନୁରାଗ ଠାକୁର ଟୁଇଟ କରି କହିଥିଲେ, କୁସ୍ତିଯୋଦ୍ଧାମାନଙ୍କ ସହ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ସେଥିପାଇଁ ମୁଁ ପୁନର୍ବାର କୁସ୍ତିଯୋଦ୍ଧାଙ୍କୁ ନିମନ୍ତ୍ରଣ କରିଛି।

Share