Categories: ଜାତୀୟ

କୁସ୍ତିଯୋଦ୍ଧାଙ୍କ ମାମଲାରେ ଆକ୍ସନ ମୋଡରେ ଭାଜପା ହାଇକମାଣ୍ଡ, ବ୍ରିଜ୍‌ଭୂଷଣଙ୍କୁ ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୬: ଭାଜପା ଏମ୍‌ପି ତଥା ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ମାମଲାରେ ଭାଜପା ହାଇକମାଣ୍ଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି। ସୂଚନାନୁସାରେ, କୁସ୍ତିଯୋଦ୍ଧାଙ୍କ ପ୍ରସଙ୍ଗରେ ଅନାବଶ୍ୟକ ବୟାନ ନ ଦେବାକୁ କେନ୍ଦ୍ରୀୟ ନେତୃତ୍ୱ ବ୍ରିଜ୍‌ଭୂଷଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ, ହାଇକମାଣ୍ଡର ନିର୍ଦ୍ଦେଶରେ ବ୍ରିଜ୍‌ଭୂଷଣ ଜୁନ ୫ରେ ହେବାକୁ ଥିବା ପ୍ରସ୍ତାବିତ ରାଲିକୁ ବାତିଲ କରିଛନ୍ତି।

ବ୍ରିଜ ଭୂଷଣ ଶରଣ ସିଂ ଜୁନ ୫ରେ ଦିନ ଅଯୋଧ୍ୟାରେ ଜନସଚେତନତା ରାଲି କରିବାକୁ କହିଥିଲେ। ଏହି ରାଲିରେ ୧୧ଲକ୍ଷ ଲୋକ ତାଙ୍କ ସମର୍ଥନରେ ଆସିବେ ବୋଲି ଭାଜପା ନେତା କହିଥିଲେ, କିନ୍ତୁ ଶୁକ୍ରବାର ସେ ଏକ ଫେସବୁକ ପୋଷ୍ଟ ଜରିଆରେ ରାଲି ବାତିଲ କରିବାକୁ ଘୋଷଣା କରିଥିଲେ।

Share