ନୂଆଦିଲ୍ଲୀ,୩୦।୪: ଧାରଣାରେ ବସିଥିବା ରେସଲରଙ୍କ ଅଭିଯୋଗ ରାଜନୀତି ଦ୍ୱାରା ପ୍ରେରିତ ବୋଲି କହିଛନ୍ତି ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂ। ଶନିବାର ସେ କହିଥିଲେ ଇସ୍ତଫା ଦେବା ମୋ ପାଇଁ ବଡ କଥା ନୁହେଁ, ହେଲେ ଜଣେ ଅପରାଧୀ ହୋଇ ମୁଁ ଇସ୍ତଫା ଦେବି ନାହିଁ। ଏହା ବ୍ୟତୀତ ସେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି।
ଭାଜପା ଏମପି କହିଛନ୍ତି, ଉତ୍ତର ପ୍ରଦେଶର ଯେଉଁ ଅନ୍ୟ ଦଳ ରହିଛନ୍ତି, ଯେଉଁଥିରେ ବିଶେଷ କରି ଆପଣଙ୍କ ଇସାରା ସମାଜବାଦୀ ପାର୍ଟି(ସପା) ଉପରେ ରହିଛି। ସପାର ନେତା ଅଖିଳେଶ ଯାଦବ ମୋତେ ପିଲାଦିନରୁ ଜାଣିଛନ୍ତି ଆଉ ଅଧିକାଂଶ କୁସ୍ତି ଯୋଦ୍ଧା ଉତ୍ତର ପ୍ରଦେଶ ଭିତରେ ରହିଛନ୍ତି ଓ ସେମାନେ ଏମିତି ସମାଜରୁ ଆସିଛନ୍ତି ଯେଉଁମାନେ ସମାଜବାଦୀ ବିଚାରଧାରାରୁ ଆସିଛନ୍ତି। ଯଦି ଉତ୍ତର ପ୍ରଦେଶର ୧୦ହଜାର ପିଲା କୁସ୍ତି କରୁଛନ୍ତି ତେବେ ସେମାନଙ୍କ ମଧ୍ୟରୁ ୮ ହଜାର ପିଲା ଏମିତି ଅଛନ୍ତି ଯେଉଁମାନେ ସମାଜବାଦୀ ପରିବାରରୁ ଆସିଛନ୍ତି ଆଉ ସେମାନେ ସମସ୍ତଙ୍କୁ ଜଣା ଅଛି ଆମ ନେତାଜୀ କେମିତି।