‘ଆମେ ମେଡାଲ ଫେରାଇ ଦେବୁ’ ମିଡନାଇଟ ହଙ୍ଗାମା ପରେ ରେସଲରଙ୍କ ପ୍ରଥମ ପ୍ରେସ କନଫରେନ୍ସ, କହିଲେ ଆମ ଲଢେଇ ସରକାରଙ୍କ ସହ ନୁହେଁ

ନୂଆଦିଲ୍ଲୀ,୪।୫: ଜନ୍ତର ମନ୍ତରରେ ବୁଧବାର ବିଳମ୍ବିତ ରାତିରେ ହଙ୍ଗାମା ପରେ ଧାରଣାରେ ବସିଥିବା ରେସଲରମାନେ ଗୁରୁବାର ସକାଳେ ଏକ ପ୍ରେସ କନଫରେନ୍ସ କରିଛନ୍ତି। ଏମାନେ କହିଛନ୍ତି ଆମର ଲଢେଇ ସରକାର ଅଥବା ବିରୋଧୀଙ୍କ ସହ ନୁହେଁ। ଆମ ଲଢେଇ ବ୍ରିଜ ଭୂଷଣ ଶରଣ ସିଂଙ୍କ ସହ। ପ୍ରେସ କନଫରେନ୍ସ ସମୟରେ ରେସଲରଙ୍କ ସହ ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷ ସ୍ବାତି ମାଲିଓ୍ବାଲ ବି ଉପସ୍ଥିତ ଥିଲେ।

ପ୍ରେସ କନଫରେନ୍ସ ସମୟରେ ବଜରଙ୍ଗ ପୁନିଆ କହିଛନ୍ତି, ଯଦି ଖେଳାଳିଙ୍କ ଶୁଣାଣି ହୋଇପାରିବ ନାହିଁ, ସେମାନଙ୍କୁ ନ୍ୟାୟ ମିଳିବ ନାହିଁ ତେବେ ତାଙ୍କ ମେଡାଲ ଓ ପୁରସ୍କାର ଗୁଡିକୁ ସରକାର ଫେରାଇ ନିଅନ୍ତୁ। ପୁନିଆ କହିଛନ୍ତି ଆମେ ଆମ ମେଡାଲ ସରକାରଙ୍କୁ ଫେରାଇ ଦେବୁ, ଏମିତି ମେଡାଲ ରଖି ଆମେ କରିବୁ କ’ଣ।

Share