କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ମହାପଞ୍ଚାୟତ, ଟିକାଏତ କହିଲେ-ନିଷ୍ପତ୍ତି ସୁରକ୍ଷିତ, ହେଲେ…

ନୂଆଦିଲ୍ଲୀ,୧।୬: କୁସ୍ତିଯୋଦ୍ଧା ଏବଂ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ବିଦାୟୀ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ମଧ୍ୟରେ ଚାଲିଥିବା କଳହକୁ ନେଇ ଗୁରୁବାର ମୁଜାଫରନଗରର ଶୋରାମ ଗ୍ରାମରେ ଏକ ଖାପ ମହାପଞ୍ଚାୟତ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କୃଷକ ନେତା ରାକେଶ ଟିକାଏତ କହିଛନ୍ତି, ‘ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବାବେଳେ ପିଲାମାନଙ୍କୁ ଉଠାଇ ନିଆଯାଇଛି। ଏହି ନିଷ୍ପତ୍ତି ଏଠାରେ ସୁରକ୍ଷିତ, କିନ୍ତୁ ଖାପ ପ୍ରତିନିଧି ରାଷ୍ଟ୍ରପତିଙ୍କୁ ଭେଟିବେ।’

ରାକେଶ ଟିକାଏତ କହିଛନ୍ତି, ଏହି ପିଲାମାନେ ମିଛ କହୁଛନ୍ତି ବୋଲି ଅଭିଯୋଗ କରାଯାଉଛି। ସରକାରଙ୍କ ଚାଲ ହେଉଛି ଉତ୍ତର ପ୍ରଦେଶରେ ହିନ୍ଦୁ ମୁସଲମାନ ହେବା, ବିହାରରେ ଲାଲୁଙ୍କ ପରିବାରକୁ ଭାଙ୍ଗିଦେବା, ହରିୟାଣାରେ ଚୌଟାଲା ପରିବାରକୁ ଭାଙ୍ଗିଦେଲେ, ଗୁଜରାଟରେ ବି ତାହା ହିଁ କଲେ। ରେସଲରମାନେ କୌଣସି ଜାତିର ନୁହଁନ୍ତି, ସେମାନଙ୍କର ଜାତି ହେଉଛି ତ୍ରିରଙ୍ଗା। ଆମେ ବିଦେଶରେ କୌଣସି ଦଳର ନୁହେଁ ଜାତୀୟ ପତାକା ନେଇ ଯାଉଛୁ। ଯଦି ନ୍ୟାୟ ଦିଆଯାଏ ନାହିଁ, ତେବେ ସାରା ଦେଶରେ ଏହି ଲଢେଇ ଜାରି ରହିବ।

Share