ଦେଶରେ ଜଣେ ମାତ୍ର ପ୍ରତିଭାଶାଳୀ ଯୁବକ ଜୟ ଶାହା, ତାଙ୍କୁ ଅଧ୍ୟକ୍ଷ କରିଦିଅ, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ,୪।୬: ରାଷ୍ଟ୍ରୀୟ ଲୋକଦଳ ପାର୍ଟି(ଆରଏଲଡି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ କୁସ୍ତି ଯୋଦ୍ଧାଙ୍କ ସମର୍ଥନ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ରବିବାର କହିଛନ୍ତି, ‘ସରକାର ୯ ବର୍ଷର ଉତ୍ସବ ପାଳନ କରୁଛନ୍ତି। ୯ ବର୍ଷ ପୂର୍ବରୁ କେବେ ଦେଖିବାକୁ ମିଳିଥିଲା କି ଝିଅମାନଙ୍କର ଜାତି ଦେଖାଯାଉଥିଲା। ଏହି ଦେଶରେ ଜଣେ ମାତ୍ର ପ୍ରତିଭାଶାଳୀ ଯୁବକ ଅଛନ୍ତି ଜୟ ଶାହା, ତାଙ୍କୁ ହିଁ କୁସ୍ତି ସଂଘର ଅଧ୍ୟକ୍ଷ କରି ଦିଆଯାଉ। ଖେଳାଳି ତିଆରି ନ କରାଯାଉ କେହି କିଛି କହିବେ ନାହିଁ। ’
ଜୟନ୍ତ ଚୌଧୁରୀ ଆହୁରି ମଧ୍ୟ କହିଛନ୍ତି, ‘କୁସ୍ତିଯୋଦ୍ଧାମାନେ ଯାହା ନୀତି ଆପଣେଇଛନ୍ତି ଆମେ ତାହା ସହ ଅଛୁ। ମୁଁ କୌଣସି ଆକ୍ରମଣାତ୍ମକ ନିଷ୍ପତ୍ତିକୁ ସମର୍ଥନ କରିବି ନାହିଁ। ଜଣଙ୍କ ଦ୍ୱାରା ଏହା ସମ୍ଭବ ହେବ ନାହିଁ, ଗୋଟିଏ ପଦକ୍ଷେପ ଦେଖିବାକୁ ପଡ଼ିବ, ସଂଗଠିତ ହେବାକୁ ହେବ। ଯେତେବେଳେ ମୁଁ ଏହାର ସମର୍ଥନ କରିବ, ତା’ପରେ ମଞ୍ଚକୁ ମଧ୍ୟ ସମାନ ଢଙ୍ଗରେ ସଜାଇବା ଉଚିତ। ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ର ବିଦାୟୀ ଅଧ୍ୟକ୍ଷ ତଥା ଭାଜପା ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଗିରଫ କରିବାକୁ ଦାବି କରି ରେସଲରମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି।

Share