Categories: ଜାତୀୟ

କୁସ୍ତିଯୋଦ୍ଧାଙ୍କ ମାମଲାରେ ନୂଆ ମୋଡ: ପୋଲିସ ସୁରକ୍ଷାରେ ବ୍ରିଜ୍‌ଭୂଷଣଙ୍କ ଘରେ ପହଞ୍ଚିଲେ ମହିଳା କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୯।୬: ଭାରତୀୟ ରେସଲିଂ ଫେଡେରେଶନ (ଡବ୍ଲ୍ୟୁଏଫଆଇ) ପୂର୍ବତନ ସଭାପତି ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ସିଂଙ୍କ ବିରୋଧରେ ତଦନ୍ତ ମାମଲାରେ ଏକ ନୂଆ ମୋଡ଼ ଆସିଛି। କୁସ୍ତିଯୋଦ୍ଧାଙ୍କ ଧାରଣାରେ ସାମିଲ ଥିବା ଜଣେ ମହିଳା କୁସ୍ତିଯୋଦ୍ଧା ପୋଲିସ ସୁରକ୍ଷା ଅଧୀନରେ ବ୍ରିଜ୍‌ଭୂଷଣ ସିଂଙ୍କ ଘରେ ପହଞ୍ଚିଛନ୍ତି। କୁସ୍ତିଯୋଦ୍ଧାମାନଙ୍କ ଏହି କୁସ୍ତି ଯୁଦ୍ଧରେ ବ୍ରିଜ୍‌ଭୂଷଣ ସିଂଙ୍କ ଘରେ ପହଞ୍ଚିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଏଭଳି ପରିସ୍ଥିତିରେ ମହିଳା କୁସ୍ତିଯୋଦ୍ଧା ଏହି ପ୍ରକାରେ ବ୍ରିଜ୍‌ଭୂଷଣଙ୍କ ଘରେ ପହଞ୍ଚିବା ସହ ଆପୋଷ ବଝାମଣା କରିବାକୁ ଚେଷ୍ଟା କରାଯାଉଛି କି? ଏନେଇ ପ୍ରଶ୍ନ ସାମ୍ନାକୁ ଆସିଛି। ହେଲେ କାହିଁକି ଯାଇଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ।

ନିକଟରେ ୧୭ ବର୍ଷ ବୟସ୍କ ନାବାଳିକା ବ୍ରିଜ୍‌ଭୂଷଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ପ୍ରତ୍ୟାହାର କରିନେଇଛନ୍ତି। ଏଥିସହ ନାବାଳିକା ଅଭିଯୋଗ କାରିଣୀଙ୍କ ପିତା ନଜର ମତ ବଦଳାଇବା ସହିତ ଚାପରେ ଆସି ଏମିତି ଅଭିଯୋଗ କରିଥିଲେ ବୋଲି ସ୍ବୀକାର କରିଛନ୍ତି।

Share