ଜନ୍ତର ମନ୍ତରେ ଟିକେଟ ବଣ୍ଟା ଯାଉନି ଯାହାକୁ ନେଇ ରାଜନୀତି ହେବ: ରାକେଶ ଟିକାଏତ

ନୂଆଦିଲ୍ଲୀ,୭।୫: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ରେସଲର ପ୍ରୋଟେଷ୍ଟ ଜାରି ରହିଛି। ଦେଶର ଏହି ମହିଳା ଖେଳାଳିଙ୍କ ସମର୍ଥନରେ ଧିରେ ଧିରେ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଥିରେ ମୁଖ୍ୟତଃ ପଞ୍ଜାବ ଓ ହରିୟାଣାର ଲୋକେ ଏକାଠି ହେଉଛନ୍ତି। ରବିବାର ଏଠାରେ କୃଷକ ସଂଗଠନ ଓ ଖାପ ପଞ୍ଚାୟତ ଏକାଠି ହୋଇଛି। ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ରାକେଶ ଟିକାଏତ ବି ଧାରଣା ସ୍ଥଳରେ ପହଞ୍ଚିଛନ୍ତି। ସେ କହିଛନ୍ତି କୁସ୍ତିଯୋଦ୍ଧା ବା ରେସଲରଙ୍କ ସହ ଅତ୍ୟାଚାର ହେଉଛି ସେଥିପାଇଁ ସେମାନେ ଆମର ସମର୍ଥନ ମାଗୁଛନ୍ତି।

ରାକେଶ ଟିକାଏତ କହିଛନ୍ତି ରେସଲରଙ୍କୁ କିପରି ନ୍ୟାୟ ମିଳିବ ତାହା ଚିନ୍ତା କରିବାର କଥା। ଏହି ଆନ୍ଦୋଳନ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବ। ଜଣାନାହିଁ ସରକାରଙ୍କ ମୁଣ୍ଡରେ ଚଢିଥିବା ଭୂତ କେବେ ଓହ୍ଲାଇବ। ଭୂତ ଓହ୍ଲାଇବାକୁ କେବେ କେବେ ଝାଡିବାକୁ ପଡିଥାଏ। ଟିକାଏତ କହିଛନ୍ତି କି ମୋର ଦାବି ହେଉଛି ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କୁ ଗିରଫ କରାଯାଉ।

Share