Categories: ଜାତୀୟ

‘ଭାଜପା ନେତାମାନେ ବିରୋଧ କରିବାକୁ ଦେଇଥିଲେ ଅନୁମତି’ ନାବାଳିକା ବୟାନ ବଦଳାଇବା ଉପରେ ସାକ୍ଷୀ ମଲିକ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୭।୬: ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ)ର ପୂର୍ବତନ ଅଧ୍ୟକ୍ଷ ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ସମ୍ପର୍କରେ ଦିଲ୍ଲୀ ପୋଲିସ ଗୁରୁବାର କୋର୍ଟରେ ଏକ ଚାର୍ଜଶିଟ ଦାଖଲ କରିଛି। ବ୍ରିଜ୍‌ଭୂଷଣଙ୍କ ଉପରେ ଲାଗୁ ହୋଇଥିବା ପୋସ୍କୋ ଆକ୍ଟ ହଟାଇବାକୁ ପୋଲିସ କୋର୍ଟକୁ ସୁପାରିଶ କରିଥିବା ଜଣାପଡିଛି।

ବିରୋଧୀ କୁସ୍ତିଯୋଦ୍ଧାମାନେ ସେମାନଙ୍କ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି, କିନ୍ତୁ ଚାର୍ଜଶିଟ ପରେ ଖେଳାଳିଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେ ସମ୍ପର୍କରେ ସେମାନେ କିଛି ସ୍ପଷ୍ଟ କରି ନାହାଁନ୍ତି। ଏହି ସମୟରେ କୁସ୍ତିଯୋଦ୍ଧା ସାକ୍ଷୀ ମଲିକ ଏବଂ ତାଙ୍କ ସ୍ବାମୀ ସତ୍ୟବ୍ରତ କାଦିଆନ ଶନିବାର ଏହି ଆନ୍ଦୋଳନ ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ।

ସତ୍ୟବ୍ରତ କାଦିଆନ ଏବଂ ସାକ୍ଷି ମଲିକ ଏହି ଭିଡିଓ ରିଲିଜ କରି କହିଛନ୍ତି ଯେ, ଏହା ଆମ ଆନ୍ଦୋଳନକୁ ନେଇ ରାଜନୀତି କରାଯାଉଛି। ଅନେକ ଲୋକ କୁହନ୍ତି ଯେ କଂଗ୍ରେସ ନେତା ଦୀପେନ୍ଦ୍ର ହୁଡା ଏହି ଆନ୍ଦୋଳନକୁ ପ୍ରବର୍ତ୍ତାଇଛନ୍ତି, କିନ୍ତୁ ଜାନୁୟାରୀରେ ଆମେ ପ୍ରଥମେ ଯନ୍ତରମନ୍ତରରେ ଧାରଣା ଆରମ୍ଭ କରିଥିଲୁ। ଯନ୍ତରମନ୍ତର ପୋଲିସ ଷ୍ଟେଶନରେ ଏହି ପ୍ରଦର୍ଶନ ପାଇଁ ଭାଜପା ନେତା ତିର୍ଥ ରାଣା ଏବଂ ବବିତା ଫୋଗାଟଙ୍କ ଅନୁମତି ନେଇଥିଲୁ।

କାଦିଆନ କହିଛନ୍ତି , ଆମର ଲଢେଇ ସରକାରଙ୍କ ସହ ନୁହେଁ, ସାକ୍ଷୀ ମଲିକ କହିଛନ୍ତି ଯେ କାହିଁକି ଏତେ ଦିନ ଆମେ ଚୁପ ରହିଲୁ ବୋଲି କୁହାଯାଏ। ଏହାର କାରଣ ହେଲା ଆମ ମଧ୍ୟରେ କୌଣସି ଏକତା ନଥିଲା। ସେ ଦାବି କରିଛନ୍ତି ଯେ, ନାବାଳିକାଙ୍କ ପରିବାରକୁ ଧମକ ଦିଆଯାଉଥିବାରୁ ସେ ଏହି କାରଣରୁ ବୟାନକୁ ବଦଳାଇ ଦେଇଥିଲେ।

Share