Categories: ଜାତୀୟ

ବ୍ରଜ୍‌ଭୂଷଣଙ୍କ ମାମଲାରେ ଦାୟର ଚାର୍ଜଶିଟର କପି କୁସ୍ତିଯୋଦ୍ଧାଙ୍କୁ ଦିଆଯାଉ: ଦିଲ୍ଲୀ ପୋଲିସକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬।୬: କୁସ୍ତିଯୋଦ୍ଧାମାନେ ଡବ୍ଲୁଏଫଆଇର ପୂର୍ବତନ ସଭାପତି ବ୍ରଜ୍‌ଭୂଷଣ ସିଂଙ୍କ ବିରୋଧରେ ଦାୟର କରାଯାଇଥିବା ଚାର୍ଜଶିଟ୍‌ର କପି ଦାବି କରି କୋର୍ଟରେ ଏକ ଆବେଦନ କରିଥିଲେ। ଏହି ପ୍ରସଙ୍ଗରେ ସୋମବାର ଶୁଣାଣି ବେଳେ ରୋଜ ଏଭିନ୍ୟୁ କୋର୍ଟ ମହିଳା ରେସଲରଙ୍କୁ ଦିଲ୍ଲୀ ପୋଲିସ ଦାଖଲ କରିଥିବା ଚାର୍ଜଶିଟର ଏକ କପି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଜୁନ ୧୫ ରେ ଦିଲ୍ଲୀ ପୋଲିସ ପୂର୍ବତନ ଡବ୍ଲୁଏଫଆଇ ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ବିରୋଧରେ ୧୫୦୦ ପୃଷ୍ଠାର ଚାର୍ଜଶିଟ ଦାଖଲ କରିଥିଲା।

ମହିଳା କୁସ୍ତିଯୋଦ୍ଧାମାନେ ପୂର୍ବତନ କୁସ୍ତି ସଂଘର ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ କରିଥିଲେ ଏବଂ ଦୀର୍ଘ ଦିନ ଧରି ବିକ୍ଷୋପ ପଦର୍ଶନ କରିଥିଲେ। ଯାହା ପରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଦିଲ୍ଲୀ ପୋଲିସ ଅନେକ ଲୋକ ଏବଂ ପୀଡିତାଙ୍କ ବିବୃତ୍ତି ରେକର୍ଡ କରିଛି।

Share