ଆନ୍ଦୋଳନ ବିଶ୍ୱବ୍ୟାପୀ କରିବାକୁ ରେସ୍‌ଲରଙ୍କ ଧମକ

ନୂଆଦିଲ୍ଲୀ,୧୫ା୫: ଭାରତୀୟ ରେସ୍‌ଲିଂ ଫେଡେରେଶନ(ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ଖେଳାଳିଙ୍କ ଆନ୍ଦୋଳନ ୨୩ ଦିନରେ ପହଞ୍ଚିଛି। ଇତିମଧ୍ୟରେ ସରକାର ବ୍ରିଜ୍‌ଭୂଷଣଙ୍କୁ ତୁରନ୍ତ ଗିରଫ ନ କଲେ ଆନ୍ଦୋଳନକୁ ବିଶ୍ୱବ୍ୟାପୀ କରାଯିବ ବୋଲି ରେସ୍‌ଲରମାନେ ଧମକ ଦେଇଛନ୍ତି। ଆସନ୍ତା ମେ’ ୨୧ ଡେଡ୍‌ଲାଇନ ପ୍ରଦାନ କରାଯାଇଛି। ଏହି ଧାରଣାରେ ସମଗ୍ର ବିଶ୍ୱକୁ ସାମିଲ କରିବା ପାଇଁ ଭିନ୍ନ ଭିନ୍ନ ଦେଶର ଅଲିମ୍ପିଆନ୍‌ ଓ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଚିଠି ଲେଖି ଧାରଣାରେ ସାମିଲ ପାଇଁ ଆହ୍ବାନ ଦିଆଯିବ ବୋଲି ୨୦୧୮ ଜାକର୍ତ୍ତା ଏସିଆନ୍‌ ଗେମ୍ସ ସ୍ବର୍ଣ୍ଣପଦକ ବିଜୟିନୀ ଭିନେଶ୍‌ ଫୋଗତ ସୂଚନା ଦେଇଛନ୍ତି।

Share