Posted inଜାତୀୟ

କୁସ୍ତି ମହାସଂଘ ନିର୍ବାଚନ ସ୍ଥଗିତ

ଗୁଆହାଟୀ/ନୂଆଦିଲ୍ଲୀ,୨୬ା୬ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନ ପୂର୍ବ ନିର୍ଦ୍ଧାରିତ ତାରିଖ ଜୁଲାଇ ୧୧ରେ ଅନୁଷ୍ଠିତ ହେବ ନାହିଁ। ଆସାମ କୁସ୍ତି ସଂଘ (ଏଡବ୍ଲ୍ୟୁଏ) ପକ୍ଷରୁ ଦାଖଲ ଏକ ଆବେଦନକ୍ରମେ ରବିବାର ଗୁଆହାଟୀ ହାଇକୋର୍ଟ ଏହି ବହୁପ୍ରତୀକ୍ଷିତ ନିର୍ବାଚନ ଉପରେ ରୋକ ଲଗାଇଛନ୍ତି। ଫଳରେ ନିର୍ବାଚନ କରାଇବା ଏବଂ ଡବ୍ଲୁଏଫ୍‌ଆଇର ବିଦାୟୀ ମୁଖ୍ୟ ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଗିରଫଦାରି ଦାବିରେ ଦୀର୍ଘଦିନ ଅଡ଼ିବସିଥିବା କୁସ୍ତିଯୋଦ୍ଧାମାନଙ୍କୁ ଝଟ୍‌କା ଲାଗିଛି। ଏହି ପ୍ରସଙ୍ଗରେ ଆସନ୍ତା ୧୭ରେ ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି।
ପୂର୍ବରୁ ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ଜୁଲାଇ ୧୧ରେ କରାଇବା ପାଇଁ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ୍‌ (ଆଇଓଏ) ପକ୍ଷରୁ ସ୍ଥିର କରାଯାଇଥିଲା। ୫ ଅଣସହଅନୁବନ୍ଧିତ ରାଜ୍ୟ (ମହାରାଷ୍ଟ୍ର, ହରିୟାଣା, ତେଲଙ୍ଗାନା, ରାଜସ୍ଥାନ ଓ ହିମାଚଳ ପ୍ରଦେଶ)ର ସଙ୍ଗଠନଗୁଡ଼ିକ ଶୁଣାଣି ବେଳେ ସେମାନଙ୍କ ମତଦାନ ଅଧିକାର ସମ୍ପର୍କିତ ଯୁକ୍ତି ବାଢ଼ିଥିଲେ। ସେମାନଙ୍କୁ ମତାଧିକାର ସୁଯୋଗ ନ ଦେବା ଉପଯୁକ୍ତ ନୁହେଁ ବୋଲି ଦର୍ଶାଇ ଆଇଓଏ ପକ୍ଷରୁ ଗଠିତ ଆଡ୍‌-ହକ୍‌ କମିଟି ନିକଟରେ ଫେରାଦ ହୋଇଥିଲେ। ଏହା ପରେ ସେମାନଙ୍କୁ ମତଦାନ ଅଧିକାର ଦିଆଯିବା ସହ ନିର୍ବାଚନ ତାରିଖ ଧାର୍ଯ୍ୟ ହୋଇଥିଲା। ଇତିମଧ୍ୟରେ ଡବ୍ଲ୍ୟୁଏଫ୍‌ଆଇ, ଆଇଓଏ, ଆଡ୍‌-ହକ୍‌ କମିଟି ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ବିରୋଧରେ ଆସାମ କୁସ୍ତି ସଂଘ ହାଇକୋର୍ଟରେ ଏକ ଆବେଦନ କରିଥିଲା। ଉକ୍ତ ପିଟିଶନରେ ଉଲ୍ଲେଖ କରାଯାଇଥିଲା ଯେ, ଏଡବ୍ଲ୍ୟୁଏ କୁସ୍ତି ମହାସଂଘର ଏକ ସହଅନୁବନ୍ଧିତ ସଦସ୍ୟ ହେବା ପାଇଁ ଯୋଗ୍ୟ। ୨୦୧୪ ନଭେମ୍ବର ୧୫ରେ ଗୋଣ୍ଡାରେ ଅନୁଷ୍ଠିତ ଡବ୍ଲ୍ୟୁଏଫ୍‌ଆଇ ଏକ୍‌ଜିକ୍ୟୁଟିଭ୍‌ କମିଟି ସାଧାରଣ ପରିଷଦ ବୈଠକରେ ମଧ୍ୟ ଏଥିଲାଗି ସୁପାରିସ କରାଯାଇଥିଲା। ଏହାସତ୍ତ୍ୱେ ଆସାମ କୁସ୍ତି ସଂଘକୁ ସଦସ୍ୟତା ମିଳି ନାହିଁ। ଏଡବ୍ଲ୍ୟୁଏକୁ ଡବ୍ଲ୍ୟୁଏଫ୍‌ଆଇ ସହିତ ସହଅନୁବନ୍ଧିତ କରି ଇଲେକ୍ଟୋରାଲ କଲେଜରେ ସେମାନଙ୍କ ପ୍ରତିନିଧିଙ୍କୁ ସାମିଲ ହେବା ପାଇଁ ସୁଯୋଗ ଦିଆ ନ ଯିବା ପର୍ଯ୍ୟନ୍ତ ନିର୍ବାଚନୀ ପ୍ରକ୍ରିୟା ସ୍ଥଗିତ ରଖିବାକୁ ଏଥିରେ ନିବେଦନ କରାଯାଇଥିଲା। ଏହାର ଶୁଣାଣି କରି ପରବର୍ତ୍ତୀ ତାରିଖ ଧାର୍ଯ୍ୟ କିମ୍ବା ଶୁଣାଣି ନ ହେବା ପର୍ଯ୍ୟନ୍ତ ଡବ୍ଲ୍ୟୁଏଫ୍‌ଆଇର ଏକ୍‌ଜିକ୍ୟୁଟିଭ୍‌ କମିଟି ନିର୍ବାଚନ ଦିଗରେ ପ୍ରତିବାଦୀମାନେ ଅଗ୍ରସର ନ ହେବାକୁ ଉଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ସେପଟେ ଆଡ୍‌-ହକ୍‌ କମିଟି ଇଲେକ୍ଟୋରାଲ କଲେଜ ପାଇଁ ନାମ ଗ୍ରହଣର ଶେଷ ତାରିଖ ଜୁନ୍‌ ୨୫କୁ ସ୍ଥିର କରିଥିଲେ। ସେହିପରି ନୂଆ ଗଭର୍ନିଂ ବଡି ପାଇଁ ନିର୍ବାଚନ ତାରିଖ ଜୁଲାଇ ୧୧ ରଖାଯାଇଥିଲା। କିନ୍ତୁ ଗୁଆହାଟୀ ହାଇକୋର୍ଟ ଏହି ନିର୍ବାଚନ ଉପରେ ରବିବାର ସ୍ଥଗିତାଦେଶ ଜାରି କରିଛନ୍ତି। ଫଳରେ ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ପୁନର୍ବାର ଟଳିଯାଇଛି। ଏହା ପୂର୍ବରୁ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଡବ୍ଲ୍ୟୁଏଫ୍‌ଆଇକୁ ନିଲମ୍ବନ କରାଯିବା ସହ ମେ’ ୭ରେ ନିର୍ବାଚନ ତାରିଖ ସ୍ଥିର ହୋଇଥିଲା। ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନଙ୍କ ସହ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଆଲୋଚନା କରିବା ପରେ ଜୁନ୍‌ ୩୦ ସୁଦ୍ଧା ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri