Categories: ଖେଳ

ରାଇନା, ରାହାନେଙ୍କୁ ପଛରେ ପକାଇଲେ ରିଦ୍ଧିମାନ

ନୂଆଦିଲ୍ଲୀ,୮।୫: ମେ’ ୫ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ(ଏଲଏସଜି) ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଓପନର୍‌ ରିଦ୍ଧିମାନ ସାହା ଏକ ଚମତ୍କାର ଇନିଂସ ଖେଳିଥିଲେ। ଓପନିଂରେ ବ୍ୟାଟିଂ କରିବାକୁ ଆସିଥିବା ରିଦ୍ଧିମାନ ସାହା ୪୩ବଲରେ ୮୧ ରନ ସଂଗ୍ରହ କରିଥିଲେ। ତାଙ୍କର ଇନିଂସରେ ୧୦ ଚୌକା ଏବଂ ୪ ଛକା ମାରିଥିଲେ। ସାହା ଏହି ଇନିଂସ ପରେ ସୁରେଶ ରାଇନା ଏବଂ ବର୍ତ୍ତମାନର ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାନେଙ୍କୁ ଛାଡି ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି।

ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦ ଓଭରରେ ୨ ଉଇକେଟ ହରାଇ ୨୨୭ ରନ ସଂଗ୍ରହ କରିଥିଲା। ଏଥିରେ ଓପନିଂରେ ବ୍ୟାଟିଂ କରିବାକୁ ଆସିଥିବା ରିଦ୍ଧିମାନ ସାହା ପାୱାରପ୍ଲେରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଯାହା ଆଇପିଏଲ ଇତିହାସରେ ସାହାଙ୍କର ଏହା ଥିଲା ଦ୍ୱିତୀୟ ଅର୍ଦ୍ଧଶତକ । ଆଇପିଏଲରେ ଦ୍ୱିତୀୟ ଥର ଏହା କରିବା ପରେ ରିଦ୍ଧିମାନ ସାହା ସୁରେଶ ରାଇନା ଏବଂ ଅଜିଙ୍କ୍ୟ ରାହାନେଙ୍କୁ ପଛରେ ପକାଇଛନ୍ତି।

 

Share