ଭୁଲ୍‌ ନେତୃତ୍ୱ

ଆକାର ପଟେଲ

କିଛି ମାସ ପୂର୍ବେ ମୋ ଲିଖିତ ବହିଟି ପ୍ରକାଶ ପାଇଥିଲା। ଭାରତରେ ମୁଖ୍ୟତଃ ବାସ୍ତବ ତଥା ତଥ୍ୟଭିତ୍ତିକ ଏବଂ ଇତିହାସ ସମ୍ପର୍କିତ ବହି ଲେଖିବାର ସମସ୍ୟା ହେଉଛି ଅନେକେ ଏଭଳି ବହିଗୁଡ଼ିକୁ ପଢ଼ନ୍ତି ନାହିଁ। ଅନେକାଂଶରେ ବହିର ମାନ ଏବଂ ଲେଖକଙ୍କର ଖ୍ୟାତି ଗୁରୁତ୍ୱପୂର୍ଣ୍ଣ ହୋଇ ନ ଥାଏ। ଛପାଯାଉଥିବା ଏଭଳି ବହିଗୁଡ଼ିକର ସଂଖ୍ୟା ଅଳ୍ପ କେତେ ହଜାରରେ ସୀମିତ ରହୁଛି। ସାଧାରଣତଃ ଛପାଯାଉଥିବା ଏହିସବୁୁ ବହିର କପିଗୁଡ଼ିକ ବହୁ ଦିନ ଯାଏ ପଡ଼ି ରହେ। ୨୦୧୪ରେ ସାଦତ ହାସନ ମାଣ୍ଟୋଙ୍କର ଏକ ନନ୍‌-ଫିକ୍‌ସନ ଉର୍ଦ୍ଦୁ ଲେଖାର ଅନୁବାଦ କରିଥିଲି। ସାହିତ୍ୟରେ ମାଣ୍ଟୋ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ। କିନ୍ତୁ ସେହି ବହି ମୋର ପ୍ରଥମ ପ୍ରକାଶନରେ ହିଁ ଅଟକି ଯାଇଛି। ପ୍ରକାଶିତ ମୋର ନୂଆ ବହିଟି ହେଉଛି ‘ଆଓ୍ବାର ହିନ୍ଦୁ ରାଷ୍ଟ୍ର’। ଏକ ଧର୍ମ ନିରପେକ୍ଷ ଏବଂ ଲୋକତାନ୍ତ୍ରିକ ରାଷ୍ଟ୍ର ଭାରତର ସାମ୍ବିଧାନିକ ପ୍ରତିଶ୍ରୁତିକୁ ବିଚାରକୁ ନେଇ ତା’ର ଏବକାର ସ୍ଥିତି କେଉଁଠି ସେ ସମ୍ପର୍କରେ ଏହି ବହିରେ ଆଲୋଚନା କରାଯାଇଛି। ଲୋକତନ୍ତ୍ରକୁ ଯଦି ତୁମେ ମୁକ୍ତ ଏବଂ ଅବାଧ ନିର୍ବାଚନ ବୋଲି ବିଚାର କରିବ ତେବେ ସେ ଦୃଷ୍ଟିରୁ ଆମେ ନିଜକୁ ଲୋକତାନ୍ତ୍ରିକ ଦେଶ କହିପାରିବା। କିନ୍ତୁ ବିଶ୍ୱର ଅବଶିଷ୍ଟ ଦେଶ ଏହା କହୁନାହାନ୍ତି। ନିକଟରେ ଫ୍ରିଡମ ହାଉସିଂ ର଼୍ୟାକିଂଙ୍ଗସ୍‌ରେ ଭାରତକୁ ‘ଆଂଶିକ ସ୍ବାଧୀନ’ ବୋଲି ଦର୍ଶାଯାଇଥିଲା। ଏହା ମଧ୍ୟ ନାଗରିକଙ୍କ ରାଜନୈତିକ ଅଧିକାରଗୁଡ଼ିକୁ ୪୦ ପ୍ରତିଶତ ଅଧିକ ଗୁରୁତ୍ୱ ଦେଇଥିଲା ଏବଂ ମୁକ୍ତ ଓ ଅବାଧ ନିର୍ବାଚନକୁ ସମ୍ପୂର୍ଣ୍ଣ ନମ୍ବର ଦେଇଥିଲା। ନାଗରିକ ସ୍ବତନ୍ତ୍ରତା ଏବଂ ମୌଳିକ ଅଧିକାରଗୁଡ଼ିକରେ ଭାରତ ଏତେ ଖରାପ ନମ୍ବର ପାଇଥିତ୍ଲା ଯେ, ମୁକ୍ତ ନିର୍ବାଚନରେ କରିଥିବା ଭଲ କାର୍ଯ୍ୟଗୁଡ଼ିକୁ ଏହା ଅସ୍ବୀକାର କରିଥିଲା। ମୋ ବହି ଏହି ପ୍ରକ୍ରିୟା ଉପରେ ଏକ ଦୀର୍ଘ ସମୟସୀମାକୁ ନେଇ ଆଲୋଚନା କରିଛି। ଏହି ବହିର ନାମ ରଖିଛିି ‘ଆଓ୍ବାର ହିନ୍ଦୁ ରାଷ୍ଟ୍ର’, କାରଣ ମୋ ମତରେ ଆମେ ସମସ୍ତେ ଏକ ହୋଇଗଲୁଣି। ୨୦୧୪ରୁ ଭାରତ ଯାହା କରି ଆସୁଛି ସେଥିରେ ଆଉ କୌଣସି ସାମ୍ବିଧାନିକ କିମ୍ବା ଅନ୍ୟ ମୁଖ୍ୟ ପରିବର୍ତ୍ତନର ଅବଶ୍ୟକତା ନାହିଁ। ପାକିସ୍ତାନରେ ଆଇନ ଦ୍ୱାରା ସଂଖ୍ୟାଲଘୁଙ୍କୁ ବାଦ୍‌ ଦିଆଯାଇଛି। କିନ୍ତୁ ଭାରତରେ ଏହା ବିନା ବିଚାରରେ କରାଯାଇଛି। ଏହା ହିଁ ଦୁଇ ଦେଶ ମଧ୍ୟରେ ପାର୍ଥକ୍ୟ। ଆମେ ପାକିସ୍ତାନଠାରୁ ଅଧିକ ଧର୍ମସମ୍ପନ୍ନ ଦେଶ ଏବଂ ଏହା ସତ। ପାକିସ୍ତାନର ୪ଟି ରାଜ୍ୟରେ ହିନ୍ଦୁ ମୁଖ୍ୟମନ୍ତ୍ରୀ ନ ଥିବାବେଳେ ଭାରତର ୨୮ଟି ରାଜ୍ୟରେ ମୁସଲମାନ ମୁଖ୍ୟମନ୍ତ୍ରୀ ନାହାନ୍ତି। ଏବେ ଭାରତର ଶାସକ ଦଳର ୩୦୩ ଲୋକସଭା ସଦସ୍ୟଙ୍କ ମଧ୍ୟରେ ଜଣେ ବି ମୁସଲମାନ ନାହାନ୍ତି। ଭାରତର ୧୫ଟି ରାଜ୍ୟରେ କୌଣସି ମୁସଲମାନ ମନ୍ତ୍ରୀ ବି ନାହାନ୍ତି। ଆଇନ ମୁଖ୍ୟତଃ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ଅଧିକାର ଦେଲା। ଧର୍ମ ପ୍ରଚାର ଓ ବ୍ୟବସାୟ ବା ବୃତ୍ତଗତ ଅଧିତ୍କାର ଭାରତ ସେମାନଙ୍କ ପାଇଁ ଖୋଲା ରଖିଛି। ବିଭିନ୍ନ ‘ଧାର୍ମିକ ସ୍ବାଧୀନତା’ ସମ୍ବନ୍ଧିତ ଆଇନ ଯାହା ଭାରତରେ ଗୃହୀତ ହୋଇଛି ତାହା ବାସ୍ତବରେ ଆମଠାରୁ ସ୍ବାଧୀନତା ଛଡ଼ାଇ ନେଇଯାଇଛି। ଭାରତରେ ଏସବୁ ବିଷୟ ଉପରେ ଆମର କୌଣସି ସମସ୍ୟା ନାହିଁ, ଯେଉଁଥିପାଇଁ ଆମ ଦେଶରେ ଏହା ରାଜନୈତିକ ପ୍ରସଙ୍ଗ ହୋଇପାରୁନାହିଁ (କେବଳ କିଛି ସ୍ତମ୍ଭକାର ସବୁବେଳେ ଏହା ଉପରେ ସ୍ବର ଉଠାଉଛନ୍ତି)। ଅନ୍ୟ କଥାଟି ହେଉଛି, ଭାରତର ସଂଖ୍ୟାଲଘୁମାନଙ୍କର ଗୁରୁତ୍ୱ କମାଇ ଦିଆଯାଇଛିି, ସେମାନଙ୍କ ଅଧିକାର ସଙ୍କୁଚିତ କରାଯାଉଛି। ପ୍ରସ୍ତୁତ କରାଯାଉଥିବା ଆଇନ ଓ ନୀତିଗୁଡ଼ିକ ସେମାନଙ୍କ ପାଇଁ ଅପ୍ରାସଙ୍ଗିକ ହୋଇଛି , ସେମାନଙ୍କୁ ଏହା ଅସୁବିଧାରେ ପକାଉଛି। ସେମାନଙ୍କ ପାଇଁ ଯାହା କରାଯାଇଛି ଭାରତୀୟମାନେ ସେହି ଅନୁସାରେ ଭୋଟ ଦେବା ଅଧିକାଂଶ କ୍ଷେତ୍ରରେ ପ୍ରତୀୟମାନ ହେଉଛି। ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ଲଗାତର ୪ ବର୍ଷ ହେବ ଧିମା ରହୁଛି। ଏହି ବିଷୟରେ ମିଡିଆ ଅଧିକ ଦୃଷ୍ଟି ଦେଉନାହିଁ। ଦକ୍ଷିଣ ଏସିଆରେ କେବଳ ଭାରତର ଅର୍ଥ ବ୍ୟବସ୍ଥା ମନ୍ଦା ରହିଛି, କିନ୍ତୁ ଏହା କେମିତି ଏକ ନିର୍ବାଚନ ପ୍ରସଙ୍ଗ କି ମିଡିଆ ବିଷୟ ହେବ, ତା’ଉପରେ ଆମେ ଚିନ୍ତା ପ୍ରକଟ କରୁନାହୁଁ। ସେହିପରି ବେରୋଜଗାରି ୨୦୧୭ରୁ ଏ୍ୟତିହାସିକ ସ୍ତରରେ ରହିଛି। ଜଣାପଡୁଛି, ମହିଳାମାନଙ୍କୁ ସେମାନଙ୍କ ସମ୍ପ୍ରଦାୟ ବାହାରେ ବାହାହେବାକୁ ବନ୍ଦ କରିବା ଆଇନ କିମ୍ବା କିଏ ମନ୍ଦିରରେ ପ୍ରବେଶ କରିବ ଏବଂ ଏମିତିକା ସବୁ ବିଷୟଠାରୁ ସରକାରଙ୍କୁ ଏହା ଏତେ ଗୁରୁତ୍ୱପୂର୍ଣ୍ଣ ମନେ ହୋଇନି।
ଏକ ଜାତୀୟତାବାଦୀ ଦଳ ଆମର ନେତୃତ୍ୱ ନେଉଛି ବୋଲି ଆମକୁ କୁହାଯାଉଛି। କିନ୍ତୁ ଲଦାଖର ପରିସ୍ଥିତି ଗତ ବର୍ଷ ଯାହା ଥିତ୍ଲା ସେଥିରେ କିଛି ପରିବର୍ତ୍ତନ ହୋଇ ନାହିଁ ବୋଲି ଆମକୁ କୁହାଯାଉ ନାହିଁ। ଖବରକାଗଜ ରିର୍ପୋଟରୁ ପ୍ରକାଶପାଇଛି ଯେ, ପାଖାପାଖିତ୍ତ୍ ୧୦୦୦ ବର୍ଗ କି.ମି. ଜମିରେ ଯେଉଁଠି ଆମେ ଆରମ୍ଭରୁ ପାଟ୍ରୋଲ କରୁଥିଲୁ, ସେଠାରେ ଆଜି ଆମେ ତାହା କରିପାରୁନାହୁଁ। ଏହା ଏକ ଜାତୀୟତାବାଦୀ ସରକାର ନା ତା’ର ବିଚାର ବୋଲି ପ୍ରଶ୍ନ ଉତ୍‌ଥାପନ କରୁନାହୁଁ। ସରକାର ତାଙ୍କ ନାଗରିକ ଓ ସଂଖ୍ୟାଲଘୁଙ୍କ ବିରୋଧରେ ପଦକ୍ଷେପ ନେଇ ତାଙ୍କର ଜାତୀୟତାବାଦୀ ପରିଚିତି ପ୍ରତିଷ୍ଠା କରିଛନ୍ତି! ଏହି କାରଣରୁ ଆମେ ଏକ ହିନ୍ଦୁ ରାଷ୍ଟ୍ରରେ ବାସ କରୁଛୁ ବୋଲି ମୋର ବିଶ୍ୱାସ। ପ୍ରଶ୍ନ ହେଉଛି, ଏହା ପରେ କ’ଣ ଘଟିବ। ମୋ ମତରେ ଏମିତିକା ଘଟଣା ଆହୁରି ଅଧିକ ସାମ୍‌ନାକୁ ଆସିବ। ଭାରତୀୟମାନେ ଅର୍ଥବ୍ୟବସ୍ଥା ଏବଂ ଅନ୍ୟ ମୂଳ ପ୍ରସଙ୍ଗଗୁଡ଼ିକ ଉପରେ ଭୋଟ ନ ଦେଇ ମୁଖ୍ୟତଃ ସଂଖ୍ୟାଲଘୁମାନଙ୍କୁ କଷ୍ଟ ଦେଇଥିବା ବିଷୟଗୁଡ଼ିକ ଉପରେ ଅଧିକ ଚିନ୍ତିତ ଥିବା ଜଣାପଡୁଛି। ଗଣମାଧ୍ୟମ ମଧ୍ୟ ସେମାନଙ୍କ ସହ ଯୋଗଦେଇଛି। ଏପରିକି ନିଯୁକ୍ତି ଏବଂ ନିମ୍ନଗାମୀ ଅର୍ଥବ୍ୟବସ୍ଥା ଭଳି ପ୍ରସଙ୍ଗକୁ ଗଣମାଧ୍ୟମ ଅଣଦେଖା କରୁଛି। ଏକ ଗଣତାନ୍ତ୍ରିକ ଦେଶରେ ଏହା ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ଘଟଣା। ଭାରତ ଭୁଲ୍‌ ବାଟରେ ଅଗ୍ରସର ହେଉଛି। ନେତୃତ୍ୱ ଭୁଲ ବାଟରେ ନିଆଯାଉଛି ବୋଲିି ବିଶ୍ୱ ପ୍ରକାଶ କରିବା ଦ୍ୱାରା ଏହା ଅପମାନିତ ହୋଇଛି। କିନ୍ତୁ ସ୍ଥଳବିଶେଷରେ ପ୍ରତ୍ୟେକ ଘଟଣାକୁ ଜଣାପଡୁଛି ଯେ, ଆମ ନେତୃତ୍ୱ ଭୁଲ୍‌ ବାଟରେ ଚାଲିଛି। ଆମକୁ ସୁଧାରିବା ଲାଗି କୌଣସି ବ୍ୟବସ୍ଥା ମଧ୍ୟ ଆମ ପାଖରେ ନ ଥିବା ଜଣାପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଦାଦନ ସମସ୍ୟା

ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗଗୁଡିକର ସମ୍ମିଳିତ ପ୍ରୟାସରେ ରାଜ୍ୟର ଦାଦନ ଶ୍ରମିକମାନଙ୍କୁ କିପରି ରାଜ୍ୟରେ ଜୀବିକା ଅର୍ଜନ କରିବା ପାଇଁ ସୁଯୋଗ ସୃଷ୍ଟି କରାଯିବ ସେଥିପାଇଁ...

ବାଲିଯାତ୍ରା

ହଜାରେ ବର୍ଷର ସହର କଟକରେ ବାଲିଯାତ୍ରା ରୂପକ ଯାତ୍ରାର ବୟସ ବି ପାଞ୍ଚଶହ ବର୍ଷରୁ ଅଧିକ ବୋଲି ଇତିହାସ କହେ। ଗୋଟିଏପଟେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା,...

ଚାଇନା ଡରାଉଛି

ଚାଇନା ୧ ଦଶନ୍ଧରୁ ଅଧିକ ସମୟ ଧରି ଦକ୍ଷିଣ ଚାଇନା ସାଗରରେ ନିଜର ଶକ୍ତି ଏବଂ ପ୍ରଭାବ ବଢ଼ାଇବା ପାଇଁ ଆକ୍ରମଣାତ୍ମକ ରଣନୀତି ପ୍ରୟୋଗ କରିଆସୁଛି।...

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri