ନୂଆଦିଲ୍ଲୀ,୧।୧: ଟୁଇଟର ହ୍ୟାଣ୍ଡଲରେ ଭାରତର ଭୁଲ୍ ମାନଚିତ୍ର ପ୍ରକାଶ ପାଇଥିଲା। କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶନିବାର ଏନେଇ ଉକ୍ତ ମେସେଜିଂ ପ୍ଲାଟ୍ଫର୍ମକୁ ଚେତାବନୀ ଦେବା ପରେ ଉକ୍ତ ଫଟୋକୁ ହଟାଇ ଦିଆଯାଇଛି। ଟୁଇଟର ଭୁଲ୍ ମ୍ୟାପ୍ ପୋଷ୍ଟ କରିଥିବାରୁ ଏଥିପାଇଁ କ୍ଷମା ମାଗିଛି। ଟୁଇଟରରେ ପୋଷ୍ଟ ହୋଇଥିବା ଭାରତ ମାନଚିତ୍ରରେ ପାକ୍ ଅଧିକୃତକୁ ବାଦ୍ ଦିଆଯିବା ସହ କେତେକ ଭାରତୀୟ ଅଞ୍ଚଳକୁ ଚାଇନାରେ ଥିବା ଦର୍ଶାଯାଇଥିଲା। ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଚେତାବନୀରେ କୁହାଯାଇଥିଲା, ଯଦି ଭାରତରେ ରହି ବ୍ୟବସାୟ କରିବାକୁ ଚାହାନ୍ତି, ତେବେ ସମସ୍ତ ପ୍ଲାଟ୍ଫର୍ମ ଠିକ୍ ମ୍ୟାପ୍ ବ୍ୟବହାର କରନ୍ତୁ। ଆଇଟି ମନ୍ତ୍ରୀ ତାଙ୍କ ଚେତାବନୀରେ ହ୍ବାଟ୍ସଆପ୍, ଫେସ୍ବୁକ୍ ଏବଂ ଇନ୍ଷ୍ଟାଗ୍ରାମର ମୂଳ କମ୍ପାନୀ ମେଟାକୁ ଯୋଡ଼ିଥିଲେ। ଉକ୍ତ ମ୍ୟାପ୍କୁ ହ୍ବାଟ୍ସଆପ୍ ସଙ୍ଗେ ସଙ୍ଗେ ଡିଲିଟ୍ କରିବା ସହ ଭୁଲ୍ ଦର୍ଶାଇଥିବାରୁ ଆଇଟି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ଓ କ୍ଷମା ମାଗିଛି। ଭବିଷ୍ୟତରେ ହ୍ବାଟ୍ସଆପ୍ ଏଥିପ୍ରତି ସତର୍କ ରହିବ ବୋଲି କହିଛି।