Categories: ଜାତୀୟ

ହାଇଜାକ ହୋଇଛି କୃଷକ ଆନ୍ଦୋଳନ: କଂଗ୍ରେସ ଏମ୍‌ପି

ଲୁଧିଆନା,୧୫ ।୧୨: କେନ୍ଦ୍ରର କୃଷି ଆଇନକୁ ନେଇ ଚାଲିଥିବା କୃଷକ ଆନ୍ଦୋଳନ ଏବେ ଭିନ୍ନ ମୋଡ ନେବାରେ ଲାଗିଲାଣି । ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇ ଗଲାଣି । ଲୁଧିଆନାର କଂଗ୍ରେସ ଏମ୍‌ପି ରବନିତ ସିଂ ବିଟ୍ଟୁ ପୁଣିଥରେ କୃଷକ ନେତାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କୃଷକ ଆନ୍ଦୋଳନକୁ ଭୁଲ ଲୋକମାନେ ହାଇଜାକ କରି ନେଇଛନ୍ତି । ଏମାନେ ନିଜର ଏଜେଣ୍ଡା ପୂରଣ କରୁଥିବା ବେଳେ ନିରିହ କୃଷକଙ୍କୁ ସଂଘର୍ଷର ଭୁଲ ରାସ୍ତା ଦେଖାଇ ରାଷ୍ଟ୍ରର କ୍ଷତି ଘଟାଉଛନ୍ତି । ବିଟ୍ଟୁ କହିଛନ୍ତି କୃଷକ ଆନ୍ଦୋଳନ ସମୟରେ ଗୁଣ୍ଡାଗିରି ସାମ୍ନାକୁ ଆସିବା ସହ ଯୁବକଙ୍କୁ ଉସକାଇବା ଭଳି ଗୀତ ଷ୍ଟେଜ ଉପରେ ପରିବେଷଣ କରାଯାଉଛି । କୃଷକ ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ଆସିଥିବା ବେଳେ ଏଠାରେ କିନ୍ତୁ ଗୁଣ୍ଡ ଶ୍ରେଣୀର ଲୋକଙ୍କ କାର୍ଯ୍ୟକଳାପ ଦେଖିବାକୁ ମିଳିଲାଣି । ତେଣୁ ଏଭଳି ଲୋକଙ୍କୁ ତୁରନ୍ତ ଚିହ୍ନଟ କରି କୃଷକ ଆନ୍ଦୋଳନ ମଧ୍ୟରୁ ସେମାନଙ୍କୁ ହଟାଇା ଦେବା ଜରୁରୀ । ପଞ୍ଜାବର କୃଷକମାନେ ଯେତେବେଳେ ହରିୟାଣା ସୀମାରେ ପହଞ୍ଚିଲେ ସେଠାରେ ଏଭଳି ଘଟଣା ଦେଖାଯାଇଛି ବୋଲି ବିଟ୍ଟୁ କହିଛନ୍ତି ।

Share