ପାଟନା,୧୭ା୯: ବିରୋଧୀ ମେଣ୍ଟ ଇଣ୍ଡିଆର ୧୪ଜଣ ଖବରଦାତା ଏବଂ ଖବର ଉପସ୍ଥାପକଙ୍କୁ ବାଦ୍ ଦେବାକୁ ନିଷ୍ପତ୍ତିକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନାପସନ୍ଦ କରିଛନ୍ତି। ସେ କୌଣସି ଖବରଦାତାଙ୍କ ବିରୋଧୀ ନୁହନ୍ତି, ଏବଂ ସେମାନଙ୍କୁ ବାସନ୍ଦ କରିବା ଭୁଲ୍ ବୋଲି ନୀତୀଶ କହିଛନ୍ତି।
ଖବରଦାତାମାନଙ୍କୁ ଯେତେବେଳେ ପୂର୍ଣ୍ଣ ସ୍ବାଧୀନତା ମିଳିବ, ଯାହା ଉପଯୁକ୍ତ ତାହା ସେମାନେ ଛାପିବେ। ସାମ୍ବାଦିକମାନଙ୍କୁ ନିୟନ୍ତ୍ରଣରେ ରଖାଯାଇପାରିବ ନାହିଁ। ଯେଉଁମାନେ କେତେଜଣଙ୍କ ନିୟନ୍ତ୍ରଣରେ ରହିଛନ୍ତି, ସେମାନେ ସାମ୍ବାଦିକତାରେ କୌଣସି ପ୍ରକାର ଭୁଲ୍ କରିଥାନ୍ତି। ସେ ସବୁବେଳେ ଗଣମାଧ୍ୟମକୁ ସମ୍ମାନ ଦିଅନ୍ତି ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କହିଛନ୍ତି।