Categories: ଖେଳ

ଡବ୍ଲୁଟିସି ଫାଇନାଲ: ଟିମ୍‌ ଇଣ୍ଡିଆ ପାଇଁ ଭାରି ପଡିପାରନ୍ତି କଙ୍ଗାରୁ ଟିମ୍‌ର ଏହି ଖେଳାଳି

ନୂଆଦିଲ୍ଲୀ,୨।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ। ଜୁନ୍‌ ୭ରୁ ଲଣ୍ଡନର ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ତେବେ ମଇଦାନରେ ଦ୍ରୁତ ବୋଲର୍‌ଙ୍କ ଦ୍ୱାରା ଭଲ ରନ୍‌ କରିହେବ ବୋଲି ଆଶା ତ କରାଯାଇଛି। କିନ୍ତୁ ଯଦି ଉଇକେଟ୍‌ର ମିଜାଜ ବଦଳିଯାଏ, ତେବେ ମ୍ୟାଚରେ ସ୍ପିନରମାନେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି। ଯଦି ଏପରି ହୁଏ ତେବେ ଟେଷ୍ଟ ମ୍ୟାଚରେ କଙ୍ଗାରୁ ଟିମ୍‌ର ଏହି ଖେଳାଳି ଟିମ୍‌ ଇଣ୍ଡିଆ ପାଇଁ ଭାରି ପଡିପାରନ୍ତି।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୨୧-୨୩ ବିଷୟରେ ଯଦି କୁହାଯାଏ, ଫାଇନାଲ ମ୍ୟାଚ ପୂର୍ବରୁ ଖେଳାଯାଇଥିବା ସମସ୍ତ ଟେଷ୍ଟ ମ୍ୟାଚରେ ନାଥନ ଲିୟନ ସର୍ବାଧିକ ଉଇକେଟ ନେଇ ଦମଦାର ପ୍ରଦର୍ଶନ କରିଛନ୍ତି। ୩୫ ବର୍ଷିୟ ସ୍ପିନର୍‌ ଲିୟନ ଫାଇନାଲ ମ୍ୟାଚ ପୂର୍ବରୁ ଏଥର ସଂସ୍କରଣରେ ସର୍ବାଧିକ ୮୩ଟି ଉଇକେଟ୍‌ ନେଇଛନ୍ତି। ତେବେ ଲିୟନ ଟିମ୍‌ ଇଣ୍ଡିଆ ଉପରେ ଭାରି ପଡିପାରନ୍ତି ବୋଲି କୁହାଯାଉଛି। କାରଣ ପୂର୍ବ ଟେଷ୍ଟ ମ୍ୟାଚରେ ତାଙ୍କର ରେକର୍ଡ ବହୁତ ପ୍ରଭାବଶାଳୀ ରହିଥିଲା।

ସେହିପରି କି କାଗିସୋ ରାବଡା ୬୭ ଉଇକେଟ୍‌ ନେଇ କଙ୍ଗାରୁ ଟିମ୍‌ର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଆର. ଅଶ୍ୱିନ ତିନି ନମ୍ବର ସ୍ଥାନରେ ଅଛନ୍ତି ଯିଏ ମୋଟ ୬୧ ଉଇକେଟ ନେଇଛନ୍ତି।

ତେବେ ଡବ୍ଲୁଟିସି ୨୦୨୧-୨୩ରେ ସର୍ବାଧିକ ଉଇକେଟ୍‌ ନେଇଥିବା ଖେଳାଳୀଙ୍କ ନାମ ଏଠାରେ କହି ରଖୁଛୁ।
୮୩ ଉଇକେଟ୍‌ – ନାଥାନ ଲିୟନ
୬୭ ଉଇକେଟ୍‌ – କାଗିସୋ ରାବଡା
୬୧ ଉଇକେଟ୍‌ – ଆର. ଅଶ୍ୱିନ
୫୮ ଉଇକେଟ – ଜେମ୍ସ ଏଣ୍ଡରସନ
୫୩ ଉଇକେଟ୍‌ – ପ୍ୟାଟ କମିଂସ
୫୩ ଉଇକେଟ୍‌ – ଓଲି ରବିନ୍ସନ

ସ୍ବିନର୍‌ ଲିୟନ ଭାରତ ବିପକ୍ଷରେ ଏପର୍ଯ୍ୟନ୍ତ ମୋଟ ୨୬ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ସେ ୧୧୬ଟି ଉଇକେଟ୍‌ ନେଇଛନ୍ତି। ତେବେ ଭାରତ ବିପକ୍ଷରେ ଗୋଟିଏ ଟେଷ୍ଟ ମ୍ୟାଚରେ ସେ ୨୮୬ ରନ୍‌ରେ ୧୨ଉଇକେଟ୍‌ ନେଇଛନ୍ତି। ତେବେ ଭାରତ ବିପକ୍ଷରେ ୯ଥର ଖେଳି ୫ଟି ଉଇକେଟ୍‌ ନେଇଥିବାବେଳେ ୨ଥର ଗୋଟିଏ ମ୍ୟାଚରେ ୧୦ଟି ଉଇକେଟ୍‌ ନେଇ ନିଜର ଜଲଓ୍ବା ଦେଖାଇଛନ୍ତି।

Share