Posted inଖେଳ

ଦଳୀୟ ଏକାଦଶ ପାଇଁ ଚିନ୍ତାରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ, ୧୦।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲର ୮ ଦିନ ପୂର୍ବରୁ ଅଭ୍ୟାସ ଆରମ୍ଭ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ। ଦଳର ସଫ୍ଟ କ୍ୱାରେଣ୍ଟିନ ଶେଷ ହେବା ପର୍ଯ୍ୟନ୍ତ ଖେଳାଳିଙ୍କ ଭାଗ ଭାଗ ହୋଇ ଟ୍ରେନିଂ କରିବାକୁ ପଡ଼ିବ। ୩ରୁ ୪ ଖେଳାଳିଙ୍କୁ ଏକା ସଙ୍ଗେ ଟ୍ରେନିଂ କରିବାକୁ ଅନୁମତି ଦିଆଯାଇଛି।

ତେବେ ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ଚୂଡ଼ାନ୍ତ ଏକାଦଶରେ ମହମ୍ମଦ ସିରାଜଙ୍କୁ ସାମିଲ କରିବାକୁ ଚାହୁଁଛି। କିନ୍ତୁ ୨୦୧୯ ପରେ ପ୍ରଥମ ଥର ପାଇଁ ଇଶାନ୍ତ ଶର୍ମା, ମହମ୍ମଦ ଶାମି ଓ ଯଶପ୍ରୀତ ବୁମରା ଏକାସାଙ୍ଗେ ଖେଳିବା ପାଇଁ ଉପଲବ୍ଧ ଅଛନ୍ତି। ୩ ପେସରଙ୍କ ଯୋଗୁ ଗତ ୩ ବର୍ଷରେ ବିଦେଶରେ ଅନେକ ସଫଳତା ପାଇଛି ଭାରତୀୟ ଦଳ। ଏମାନଙ୍କ ମଧ୍ୟରୁ ସବୁଠୁ ସିନିୟର ପେସର ଇଶାନ୍ତଙ୍କୁ ବିଶ୍ରାମ ଦିଆଯାଇପାରେ। ପ୍ରାୟ ଦଶନ୍ଧି ହେଲା ଖେଳୁଥିବା ୩୩ ବର୍ଷୀୟ ଇଶାନ୍ତଙ୍କ ନିକଟରେ ବାଉନ୍ସର ପରେ ବାଉନ୍ସର ମାରିବାର ଦକ୍ଷତା ରହିଛି। ମାତ୍ର ସେ ଲମ୍ବା ସ୍ପେଲ ପକାଇ ନ ପାରନ୍ତି। ଏହାର କାରଣ ତାଙ୍କ ଶରୀର। ଚଳିତ ବର୍ଷ ଜାନୁୟାରୀ ଗୋଇଠି ଜନିତ ଆଘାତ ସମସ୍ୟାରୁ ମୁକୁଳିଥିଲେ ଇଶାନ୍ତ। କିନ୍ତୁ ଇଂଲଣ୍ଡରେ ୧୨ ମ୍ୟାଚ୍‌ ସମେତ ୧୦୧ ଟେଷ୍ଟର ଅଭିଜ୍ଞତା ରହିଛି ତାଙ୍କ ପାଖରେ। ଏହା ତାଙ୍କ ସପକ୍ଷରେ ରହିଛି। ତେବେ ସିରାଜ କିମ୍ବା ଇଶାନ୍ତଙ୍କ ମଧ୍ୟରୁ କାହାକୁ ବଛାଯିବ ଟ୍ରେନିଂ ସେସନରୁ ହିଁ ଜଣାପଡ଼ିବ।

୩ ପେସରଙ୍କ ସହ ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ଏକପ୍ରକାର ନିଶ୍ଚିତ। ଏଣୁ ଦଳରେ ଅତରିକ୍ତ ପେସରଙ୍କ ଯାଗା ନାହିଁ। ଅନ୍ୟପକ୍ଷରେ ସାଉଥାମ୍ପଟନରେ ଥଣ୍ଡା ପାଗ ଯୋଗୁ ୪ ପେସରଙ୍କ ସହ ଓହ୍ଲାଇବ ନ୍ୟୁଜିଲାଣ୍ଡ। କିନ୍ତୁ ଏହି ଭେନ୍ୟୁରେ ମୋଇନ ଅଲିଙ୍କ ଅଫ୍‌ ସ୍ପିନର ସମ୍ମୁଖୀନ ହେବା ଭାରତୀୟ ଦଳ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼େ, ଯାହା ନଜର ରହିଛି। ଏଣୁ ଟିମ୍‌ ଇଣ୍ଡିଆ ୩ ପେସର ଓ ୨ ସ୍ପିନରଙ୍କ ସହ ମ୍ୟାଚ୍‌କୁ ଓହ୍ଲାଇବ।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ସହ ୧୦ ମିନିଟ ବିତାଇବାକୁ ୨୫ ହଜାର ଦରମା

ବେଜିଂ: ସୋସିଆଲ ମିଡିଆରେ ଏକ ନିଯୁକ୍ତି ବିଜ୍ଞାପନ ଭାଇରାଲ ହେବାରେ ଲାଗିଛି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଚାଇନାର ଶାଣ୍ଡୋଙ୍ଗ ପ୍ରଦେଶ...

ଜାଣିଛନ୍ତି କି? ଘରେ କେଉଁଠି ରଖିବେ ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତି…

ବାସ୍ତୁଶାସ୍ତ୍ର ଅନୁସାରେ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ତାଙ୍କର ହସୁଥିବା ଭଙ୍ଗୀକୁ ଦେଖିଲେ ମନରେ ସକରାତ୍ମକ ଭାବନା ଜାଗ୍ରତ...

ଘରୁ ବାହାରିବା ବେଳେ ଏସବୁ ଦେଖିବା ଶୁଭ; ଯେଉଁ କାମରେ ଯାଉଥିବ ତାହା…

ଯେତେବେଳେ ଆମେ କୌଣସି କାମ ଅଥବା ଯାତ୍ରା ପାଇଁ ଘରୁ ବାହାରୁ ସେତେବେଳେ ଭଗବାନଙ୍କ ସାମ୍ନାରେ ହାତ ଯୋଡ଼ି ବାହାରିବାକୁ ଘରର ବୟୋଜ୍ୟେଷ୍ଠମାନେ କହିଥାନ୍ତି। କୁହାଯାଏ...

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା ମାଁ ଠାକୁରାଣୀଙ୍କ ଘଣ୍ଟଯାତ୍ର ସମ୍ପନ୍ନ, ଭକ୍ତଙ୍କ ପିଠିରେ ମାଁ ଆସ୍ଥାନକୁ ବିଜେ କଲେ

ଲାଞ୍ଜିଗଡ,୮/୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମାଁ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ମଙ୍ଗଳବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି I ଲାଞ୍ଜିଗଡ...

Swiggyରୁ ଅର୍ଡର କଲେ ମିଳିବ ୫୦୦ ଟଙ୍କା ରିହାତି! ଜାଣନ୍ତୁ କିଭଳି…

ନୂଆଦିଲ୍ଲୀ,୮।୪: Swiggy Instamart ରେ ଶପିଂ କରିବା ସମୟରେ ଆପଣ ୫୦୦ ଟଙ୍କାର ରିହାତି ପାଇପାରିବେ। ଶପିଂ କରିବା ସମୟରେ ଆପ୍‌ରେ Maxxsaver ବୈଶିଷ୍ଟ୍ୟ ସ୍ବୟଂଚାଳିତ...

ଗୋଟିଏ ଡାଲାରେ ଆଳୁ-ପିଆଜକୁ ଏକାଠି ରଖୁଛନ୍ତି କି? ହୋଇପାରେ ଅଶୁଭ!

ଆପଣ ନିଜ ରୋଷେଇ ଘରେ ଆଳୁ ଓ ପିଆଜକୁ ଏକାଠି ଗୋଟିଏ ଝୁଡ଼ିରେ ରଖୁଛନ୍ତି କି? ଯଦି ହଁ, ତେବେ ଏହା ଏକ ବଡ଼ ଭୁଲ...

ଭୟଙ୍କର ଆକଳନ : ମେ-ଜୁନରେ ଅନ୍ଧାର ହୋଇଯିବ ସାରା ଦେଶ! ବହିବ ଭୟଙ୍କର ଲୁ

ନୂଆଦିଲ୍ଲୀ,୮।୪: ଭାରତରେ ଆସନ୍ତା ଗ୍ରୀଷ୍ମ ଋତୁରେ ବିଦ୍ୟୁତ ସଙ୍କଟ ଦେଖାଦେଇପାରେ ବୋଲି ଏକ ରିପୋର୍ଟରେ ଆଶଙ୍କା ପ୍ରକାଶ କରାଯାଇଛି। ନ୍ୟାଶନାଲ ଲୋଡ ଡିସପାଚ ସେଣ୍ଟର (ଏନଏଲଡିସି)...

ପ୍ରଶଂସକଙ୍କ ସହ ସେଲ୍‌ଫି ନେବାକୁ ମନାକଲେ SRH ଷ୍ଟାର, ଭିଡିଓ ନେଇ ଚର୍ଚ୍ଚା ଆରମ୍ଭ

ନୂଆଦିଲ୍ଲୀ, ୮ା୪: ଅଷ୍ଟ୍ରେଲିଆ ତଥା ସନ୍‌ ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ଷ୍ଟାର ଟ୍ରାଭିସ ହେଡ୍‌ ଜଣେ ପ୍ରଶଂସକଙ୍କ ସହ ସେଲ୍‌ଫି ନେବାକୁ ମନାକରୁଥିବା ଏକ ଭିଡିଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image