Posted inଖେଳ

ଅଶ୍ୱିନ୍‌ ଆଉଟ୍‌ ହେବାପରେ ଏମିତି କହିଦେଲେ ସ୍ତ୍ରୀ

ସାଉଥାମ୍ପଟନ୍‌,୨୩।୬:ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି ଫାଇନାଲ)ର ଫାଇନାଲ ସାଉଥାମ୍ପଟନ୍‌ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। କିନ୍ତୁ ସାଉଥାମ୍ପଟନରେ ବର୍ଷା ଲାଗି ରହିଥିବାରୁ ମ୍ୟାଚ୍‌ରେ ବାଧାପ୍ରାପ୍ତ ହୋଇଛି। ଡବ୍ଲୁଟିସି ଫାଇନାଲ ହେବାର ଚାରି ଦିନ ବିତିଗଲାଣି। ଏଥିରୁ ପ୍ରଥମ ଏବଂ ଚତୁର୍ଥ ଦିନର ଖେଳ ସମ୍ପୂର୍ଣ୍ଣ ବର୍ଷାରେ ଧୋଇ ହୋଇଯାଇଛି। ଦ୍ୱିତୀୟ ଦିନରେ ଖରାପ ଆଲୋକ କାରଣରୁ ଖେଳ ଅଧାରୁ ବନ୍ଦ ହୋଇଯାଇଛି। ଏପର୍ଯ୍ୟନ୍ତ କେବଳ ତୃତୀୟ ଦିନ ଖେଳ ସମ୍ପୂର୍ଣ୍ଣ ହୋଇଛି। ଭାରତ ପ୍ରଥମ ଇନିଂଶରେ ୨୧୭ ରନ୍‌ କରି ଅଲଆଉଟ୍‌ ହୋଇଥିଲା।
ଅଜିଙ୍କେ ରାହାନେ ୪୯ ଏବଂ ଅଧିନାୟକ ବିରାଟ କୋହଲି ୪୪ ରନ୍‌ ଛଡା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତେବେ ଅଶ୍ୱିନ ଭାରତ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ରନ ସ୍କୋର କରିବାରେ ସଫଳ ହୋଇଥିଲେ। ଏହି ସମୟରେ ତାଙ୍କ ପ୍ରୀତି ନାରାୟଣନ ହୋଟେଲରେ ଥିବା ତାଙ୍କ କୋଠରୀର ବାଲକୋନିରୁ ସ୍ବାମୀଙ୍କ ବ୍ୟାଟିଂ ଦେଖୁଥିଲେ। କିନ୍ତୁ ଅଶ୍ୱିନ ମାତ୍ର ୨୨ ରନ୍‌ କରି ସାଉଥିଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ଏଥିରେ ପ୍ରୀତି ନିରାଶ ହୋଇଯାଇଥିଲେ। ସେ ଟୁଇଟ୍‌ କରି କହିଛନ୍ତି ‘ଆୟୋ …’। ଆୟୋ ଏକ ଦକ୍ଷିଣ ଭାରତୀୟ ଅଭିବ୍ୟକ୍ତି, ଯାହା ହେ ଭଗବାନଙ୍କ ସହିତ ସମାନ। ପ୍ରୀତି ଷ୍ଟାଡିୟମ ଭିତରେ ଥିବା ହୋଟେଲରେ ଭାରତୀୟ କ୍ରିକେଟରଙ୍କ ପରିବାର ସଦସ୍ୟଙ୍କ ସହିତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନି ଆଉଟ ହେବା ପରେ କ୍ୟୁଟ ଗର୍ଲଙ୍କ ଖୁବ ହେଉଛି ଚର୍ଚ୍ଚା, ଗୋଟିଏ ରିଆକ୍ସନରେ ପାଲଟିଗଲେ ସୋସିଆଲ ମିଡିଆ ଷ୍ଟାର

ନୂଆଦିଲ୍ଲୀ,୩୧।୩: ଚେନ୍ନାଇ ସୁପର କିଙ୍ଗସ IPL ୨୦୨୫ରେ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛି। ଗୁଆହାଟୀରେ ଖେଳାଯାଇଥିବା IPL ୨୦୨୫ର ୧୧ ତମ ମ୍ୟାଚରେ ରାଜସ୍ଥାନ...

ଆଜିଠୁ ନ୍ୟାଶନାଲ ଖୋ ଖୋ ଚାମ୍ପିୟନଶିପ୍‌

ପୁରୀ,୩୧ା୩(ଅଜିତ୍‌ କୁମାର ମହାନ୍ତି): ଖୋ ଖୋ ଫେଡେରେଶନ ଅଫ୍‌ ଇଣ୍ଡିଆ ଏବଂ ଓଡ଼ିଶା ଖୋ ଖୋ ଆସୋସିଏଶନର ମିଳିତ ସହଯୋଗରେ ୫୭ତମ ସିନିୟର ନ୍ୟାଶନାଲ ଖୋ...

ଧୋନିଙ୍କ ବଡ଼ ଦୃଦୟ, ଆଶାବାଡ଼ି ଧରି ଚାଲୁଥିବା ରାହୁଲ ଦ୍ରାବିଡଙ୍କୁ ଭେଟି ପଚାରିଲେ…

ନୂଆଦିଲ୍ଲୀ,୩୧।୩: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛି। ଗତ ରବିବାର, ରାଜସ୍ଥାନ ରୟାଲ୍ସ ସିଏସକେକୁ ୬ ରନର ନିକଟତମ...

IPL 2025: ଦ୍ୱିତୀୟ ବିଜୟ ସହ ୨ୟରେ ଦିଲ୍ଲୀ, ଷ୍ଟାର୍କଙ୍କୁ ୫ ଉଇକେଟ

ବିଶାଖାପାଟଣା, ୩୦।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରବିବାର ଅନୁଷ୍ଠିତ ଡବଲ ହେଡରର ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ଉଇକେଟରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ...

ରାଜସ୍ଥାନ ରୟାଲ୍ସର ପ୍ରଥମ ବିଜୟ, ଚେନ୍ନାଇର ଦ୍ୱିତୀୟ ପରାଜୟ

ଗୁଆହାଟୀ, ୩୦।୩: ନୀତୀଶ ରାଣାଙ୍କ ବିସ୍ଫୋରକ ୮୧ ରନ ପରେ ଓ୍ବାନିନ୍ଦୁ ହସରଙ୍ଗାଙ୍କ ପ୍ରଭାବୀ ବୋଲିଂ ସହାୟତାରେ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ...

୧୦,୦୦୦ ମିଟର ରେସ୍‌ରେ ଗୁଲ୍‌ବୀରଙ୍କ ଜାତୀୟ ରେକର୍ଡ

ନୂଆଦିଲ୍ଲୀ,୩୦ା୩: କାଲିଫର୍ନିଆର ସାନ୍‌ ଜୁଆନ କାପିଷ୍ଟ୍ରାନୋଠାରେ ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ଅନ୍ତର୍ଗତ ଦି ଟେନ୍‌ ଟ୍ରାକ୍‌ ଫେଷ୍ଟିଭାଲ ଇଭେଣ୍ଟର ୧୦, ୦୦୦ ମିଟର ରେସ୍‌ରେ...

ବଡ଼ ଖବର: ପୁଣି ଅଷ୍ଟ୍ରେଲିଆ ଯିବ ରୋହିତ ବାହିନୀ, ଏଥର ୮ ମ୍ୟାଚ୍‌

ମେଲବୋର୍ନ,୩୦ା୩: ଭାରତୀୟ କ୍ରିକେଟ ଦଳର ଚଳିତବର୍ଷ ପରବର୍ତ୍ତୀ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ। ଦଳ ସେଠାରେ ୩ ଅନ୍ତର୍ଜାତୀୟ ଦିନିକିଆ ଓ ୫ ଅନ୍ତର୍ଜାତୀୟ ଟି୨୦...

ପାଣ୍ଡ୍ୟାଙ୍କ ଉପରେ BCCIର ବଡ଼ ଆକ୍ସନ, ଏହି ଭୁଲ୍‌ ପାଇଁ ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩୦।୩: ଆଇପିଏଲ୍‌ ୨୦୨୫ର ୯ମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିଲା। ଏଥିରେ ମୁମ୍ବାଇ ଦଳକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image