Categories: ଜାତୀୟ

ବିଶ୍ୱ ବ୍ୟାପାର ସଙ୍ଗଠନ ସମ୍ମିଳନୀରେ କୃଷକ, ମତ୍ସଜୀବୀଙ୍କ ହିତ ଉପରେ ଗୁରୁତ୍ୱ ଦେବ ଭାରତ

ନୂଆଦିଲ୍ଲୀ,୧୨ ।୬: ରବିବାରଠାରୁ ଆରମ୍ଭ ହେଉଥିବା ବିଶ୍ୱ ବ୍ୟାପାର ସଙ୍ଗଠନ(ୱାର୍ଲଡ ଟ୍ରେଡ ଅର୍ଗାନାଇଜେଶନ)ର ଦ୍ୱାଦଶ ମନ୍ତ୍ରିସ୍ତରିୟ ସମ୍ମିଳନୀରେ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ଶସ୍ୟର ସର୍ବସାଧାରଣ ସଂରକ୍ଷଣ ତଥା କୃଷକ ଓ ମତ୍ସଜୀବିଙ୍କ ସ୍ୱାର୍ଥକୁ ଦୃଢ ଭାବରେ ରକ୍ଷା କରିବା ପାଇଁ ଭାରତ ଏକ ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ ଦେବ । ଏହି ସମ୍ମିଳନୀରେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପିୟୁଷ ଗୋୟଲ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ । ଅନୁମାନ କରାଯାଉଛି କି ଡବ୍ଲୁଟିଓ ମତ୍ସଚାଷ ଉପରେ ଏକ ବୁଝାମଣା ଉପରେ କଥା ହୋଇପାରନ୍ତି । ତେବେ ମତ୍ସଜୀବୀଙ୍କୁ ମିଳୁଥିବା ସବସିଡିରେ କୌଣସି ବାଧା ସୃଷ୍ଟି ହେବ ନାହିଁ ବୋଲି ବିଶ୍ୱ ବ୍ୟାପାର ସଙ୍ଗଠନରେ ଭାରତର ଜଣେ ସ୍ଥାୟୀ ପ୍ରତିନିଧି ଥିବା ବ୍ରଜେନ୍ଦ୍ର ନବନିତ ପ୍ରକାଶ କରିଛନ୍ତି ।

Share