ବନ୍ଦ ହେବ କରୋନା ଭାଇରସର ଜନ୍ମଦାତା ଉହାନ ଇନଷ୍ଟିଚ୍ୟୁଟ୍‌!

ଓ୍ବାଶିଂଟନ୍‌,୧୯।୭: ଚାଇନାର ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ କୋଭିଡ-୧୯ ପାଇଁ ଦାୟୀ କରିବା ସହ ସଂଘୀୟ ପାଣ୍ଠି ଉପରେ ରୋକ୍‌ ଲଗାଇଛନ୍ତି ବାଇଡେନ ପ୍ରଶାସନ। ବ୍ଲୁମବର୍ଗ ନ୍ୟୁଜ ଅନୁଯାୟୀ, ଲ୍ୟାବ ସୁରକ୍ଷା ବ୍ୟବସ୍ଥା ପ୍ରସଙ୍ଗରେ ଡକ୍ୟୁମେଣ୍ଟ ପ୍ରଦାନ କରିବାରେ ବିଫଳ ହେବାରୁ ଆମେରିକା ଏହି ପଦକ୍ଷେପ ନେଇଛି।

ସ୍ବାସ୍ଥ୍ୟ ଓ ମାନବ ସେବା ବିଭାଗ (ଏଚଏଚଏସ) ଉହାନ ଇନଷ୍ଟିଚ୍ୟୁଟକୁ ଅଯୋଗ୍ୟ ଘୋଷଣା କରିବା ସହ ସ୍ଥାୟୀ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଗତ ବର୍ଷ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଏକ ସମୀକ୍ଷା ପରେ, ଏଚଏଚଏସ ଜାଣିବାକୁ ପାଇଛି ଯେ ଚାଇନାର ଉହାନରେ ଅବସ୍ଥିତ ଏହି ଲ୍ୟାବକୁ ସଂଘୀୟ ନିୟମାବଳୀକୁ ପାଳନ କରୁନାହିଁ।

Share