ଚାଇନା ଲୋକଙ୍କୁ ସଂକ୍ରମିତ କରିବାକୁ ଜାଣିଶୁଣି ପ୍ରସ୍ତୁତ କରାଯାଇଥିଲା କରୋନା ଭାଇରସ

ବେଜିଂ,୨୮।୬: କରୋନା ଭାଇରସର ଉତ୍ପତିକୁ ନେଇ କେତେ କଥା ଶୁଣିବାକୁ ମିଳୁଛି। ସାରା ବିଶ୍ୱର ବୈଜ୍ଞାନିକମାାନେ ଦାବି କରୁଛନ୍ତି କି କୋଭିଡ-୧୯ ଚାଇନାର ଲ୍ୟାବରେ ତିଆରି କରାଯାଇଛି। ଏହାର ଯାଞ୍ଚ କରିବାକୁ ୟୁଏନର ଏକ ଟିମ ବି ଉହାନ ଲାବୋରୋଟୋରି ଯାଇଥିଲା। ଏବେ ଉହାନର ଜଣେ ବିଶେଷଜ୍ଞ ଦାବି କରିଛନ୍ତି କି ଚାଇନାର ଲୋକଙ୍କୁ ସଂକ୍ରମିତ କରିବାକୁ କରୋନା ଭାଇରସ ପ୍ରସ୍ତୁତ କରାଯାଇଥିଲା। ଏହାସହ ସେ ଅଭିଯୋଗ କରିଛନ୍ତି କି ଡ୍ରାଗନ ଜାଣିଶୁଣି କୋଭିଡ-୧୯ ଭଳି ଜୈବିକ ଅସ୍ତ୍ର ପ୍ରସ୍ତୁତ କରିଥିଲେ।

ଉହାନର ଜଣେ ଗବେଷକ ଚାଓ ଶାଓ ଆନ୍ତର୍ଜାତୀୟ ପ୍ରେସ ଆସୋସିଏସନର ସଦସ୍ୟ ଜେନିଫର ଜେଙ୍ଗଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ସେମାନଙ୍କୁ କହିଥିଲେ ଯେ ଚାଇନା ଦ୍ୱାରା ବାୟୋ-ଅସ୍ତ୍ର ବା ଜୈବିକ ଅସ୍ତ୍ର ଭାବରେ କରୋନାଭାଇରସ ପ୍ରସ୍ତୁତ ହୋଇଛି। ସେ ଆହୁରି ମଧ୍ୟ ବ୍ୟାଖ୍ୟା କରିଛନ୍ତି ଯେ ତାଙ୍କ ସହ କାମ କରୁଥିବା ସହକର୍ମୀଙ୍କୁ କେଉଁ ପ୍ରକାରର ସର୍ବୋତ୍ତମ ବିସ୍ତାର କରାଯାଇପାରିବ ତାହା ଜାଣିବା ପାଇଁ ଚାରି ପ୍ରକାରର ଜୀବାଣୁ ଦିଆଯାଇଥିଲା।

Share