କୋଭିଡ୍‌ର ବିପଜ୍ଜନକ ଗବେଷଣାରେ ସାମିଲ ଥିଲେ ଉହାନ ବୈଜ୍ଞାନିକ, ଚାଇନା ସେନା

ଓ୍ବାଶିଂଟନ, ୧୨ା୬ : ୨୦୧୯ରେ କୋଭିଡ୍‌ ମହାମାରୀ ବ୍ୟାପିବା ପୂର୍ବରୁ ଚାଇନାର ଉହାନସ୍ଥିତ ଭାଇରୋଲୋଜି ଇନ୍‌ଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ ଏବଂ ଚାଇନା ସେନା ବିଶ୍ୱର ସବୁଠୁ ବିପଜ୍ଜନକ କରୋନା ଭୂତାଣୁଗୁଡ଼ିକର ମିଶ୍ରଣ କରି ନୂଆ ମ୍ୟୁଟାଣ୍ଟ ଭୂତାଣୁ ସୃଷ୍ଟି କରିବାକୁ ବିପଜ୍ଜନକ ପରୀକ୍ଷା ନିରୀକ୍ଷା ଚଳାଇଥିଲେ। ଆମେରିକା ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି। ଉକ୍ତ ବିପଜ୍ଜନକ ପ୍ରୟୋଗର ଗୁପ୍ତ ପ୍ରକଳ୍ପ ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଲିକ୍‌ ହେବା ଯୋଗୁ ମହାମାରୀ ବ୍ୟାପିଥିଲା ବୋଲି ସନ୍‌ଡେ ଟାଇମ୍ସ ରିପୋର୍ଟରେ କୁହାଯାଇଛି। ପୂର୍ବର କେତେକ ଗୋପନ ରିପୋର୍ଟ, ଆଭ୍ୟନ୍ତରୀଣ ମେମୋ, ବୈଜ୍ଞାନିକ ସନ୍ଦର୍ଭ ଏବଂ ଇମେଲ୍‌ ଯୋଗାଯୋଗ ଆଦି ଶତାଧିକ ଦସ୍ତାବିଜକୁ ଆଧାର କରି ଉକ୍ତ ରିପୋର୍ଟ ପ୍ରସ୍ତୁତ ହୋଇଛି। କୋଭିଡ୍‌-୧୯ ମହାମାରୀର ସୃଷ୍ଟି, ପ୍ରସାର ଓ ଏହାକୁ ଗୋପନ ରଖିବା କାର୍ଯ୍ୟରେ ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି ସମ୍ପୃକ୍ତ ଥିବା ଅଧିକ ସ୍ପଷ୍ଟ ହୋଇଛି ବୋଲି ଜଣେ ଅନୁଧ୍ୟାନକାରୀ କହିଛନ୍ତି। ଚାଇନା ସେନା ସହ ମିଳିତ ଭାବେ ଏହି ପ୍ରୋଜେକ୍ଟ କାର୍ଯ୍ୟ ଚାଲିଥିବାରୁ ଏହାର କୌଣସି ଛାପା ତଥ୍ୟ ରଖାଯାଇ ନାହିଁ। ଜୈବ ଅସ୍ତ୍ର ନିର୍ମାଣ ଲାଗି ଚାଇନା ପରାମର୍ଶ ଦେଇଥିଲା ବୋଲି ଅନୁଧ୍ୟାନକାରୀମାନେ ବିଶ୍ୱାସ କରୁଛନ୍ତି।

Share