ଡବ୍ଲୁଡବ୍ଲୁଇ ଷ୍ଟାର୍‌ ମହିଳାଙ୍କୁ ଅପହରଣ କରିବାକୁ ଚାହୁଁଥିଲେ ପାଗଳ ପ୍ରେମୀ, ଘଟିଲା ଏମିତି

ଡବ୍ଲୁଡବ୍ଲୁଇ ଷ୍ଟାର୍‌ ମହିଳା ରେସଲର୍‌ ସୋନିଆ ଡେଭିଲେଙ୍କୁ ଅପହରଣ କରିବାକୁ ଚାହୁଥିବା ବ୍ୟକ୍ତି ଶେଷରେ ଗିରଫ ହୋଇଛନ୍ତି। ସୋନିଆଙ୍କ ଘର ପରିସରରୁ ହିଁ ତାଙ୍କୁ ପୋଲିସ ଗିରଫ କରିଛି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଗତ ୮ ମାସ ହେବ ସୋନିଆଙ୍କ ପିଛା କରୁଥିଲେ ବୋଲି ଜଣାପଡିଛି। ଅଗଷ୍ଟ ୧୬ରେ ସେ ତାଙ୍କୁ ଅପହରଣ କରିନେବା ପାଇଁ ଘରେ ପଶିଥିଲେ। କିନ୍ତୁ ଘରେ ଲାଗିଥିବା ଆଲାର୍ମ ଯୋଗୁ ସେ ଧରାପଡିଯାଇଥିଲେ। ଆମେରିକାର ଫ୍ଲୋରିଡା ପ୍ରାନ୍ତରେ ରୁହନ୍ତ ସୋନିଆ। ତାଙ୍କ ପ୍ରକୃତ ନାମ ହେଉଛି ଡାରିୟା ବେରେନାଟୋ। ଡବ୍ଲୁଡବ୍ଲୁଇରେ ତାଙ୍କ ନାମ ସୋନିଆ ଡେଭିଲେରେ ପ୍ରସିଦ୍ଧ। କିଛି ଦିନ ତଳେ ସୋନିଆ ନିଜକୁ ସମଲିଙ୍ଗୀ ବୋଲି ଘୋଷଣା କରିଥିଲେ। ତାଙ୍କୁ ଅପହରଣ କରାଯିବା ଷଡଯନ୍ତ୍ରକୁ ନେଇ ସେ କହିଛନ୍ତି,ମୁଁ ଏବେ ଶାନ୍ତିର ନିଃଶ୍ୱାସ ନେଉଛି। ଆପଣଙ୍କ ଭଲ ପାଇବା ଯୋଗୁ ମୁଁ ଆଜି ବଡ ବିଦରୁ ବର୍ତ୍ତିଯାଇଛି। ସୂଚନାଯୋଗ୍ୟ, ସୋନିଆଙ୍କ ପ୍ରେମରେ ପାଗଳ ଥିବା ଫିଲିପ୍‌ ଏ ଥାମସ ନାମକ ବ୍ୟକ୍ତି ଜଣଙ୍କ ଙ୍କ ଘରେ ରାତି ୩ଟାରେ ପଶିଥିଲେ। ପରେ ସେ ଘର ଆଗରେ ଟଙ୍ଗା ଯାଇଥିବା ସ୍କ୍ରିନ୍‌କୁ କାଟି ଦେଇଥିଲେ। ଘର ଭିତରେ ପ୍ରବେଶ କରିବାକୁ ଆଲର୍ମ ବାଜିଉଠିଥିଲା। ସୋନିଆ ଏନେଇ ପୋଲିସରେ ସୂଚନା ଦେଇଥିଲେ। ପୋଲିସ ଫିଲିପଙ୍କ ପଚରାଉଚରା କରିବାରୁ ମୁଁ ତାଙ୍କର ବଡ ଫ୍ୟାନ୍‌୍‌। ତାଙ୍କୁ ପ୍ରେମ କରୁଛି। ତାଙ୍କ ଅପହରଣ କରିବାକୁ ଆସିଥିଲି ବୋଲି ସେ କହିଥିଲେ। ପୋଲିସ ତାଙ୍କ ନିକଟରୁ ଛୁରି, ଠେଙ୍ଗା ଏବଂ ଅନ୍ୟ ଧାରୁଆ ଅସ୍ତ୍ର ଜବତ କରିଥିଲେ।

Share